ads

Breaking News

ଡେଲାଙ୍ଗ ଏବିଇଓ ସୁଷମା ଦାଶଙ୍କୁ ସେବା ନିବୃତ୍ତ ସମ୍ବର୍ଦ୍ଧନା


ଡେଲାଙ୍ଗ - ଡେଲାଙ୍ଗ ମଣ୍ଡଳ ସହ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ସୁଷମା ଦାଶଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଡେଲାଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବିଇଓ, ଏବିଇଓ ଓ କାର୍ଯ୍ୟାଳୟ କର୍ମଚାରୀଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଡେଲାଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀ ଶତୃଘ୍ନ ବେହେରା ଆୟୋଜିତ ସଭାରେ ସଭାପତିତ୍ବ କରି ଶ୍ରୀମତୀ ଦାଶଙ୍କ ସୁଗୁଣାଵଳୀ ଓ ଅମାୟିକ ବ୍ୟବହାର ଉପରେ ଆଲୋକପାତ୍ କରିଥିଲେ। ଏଥିରେ ଅବସରପ୍ରାପ୍ତ ବିଇଓ ଯୁଧିଷ୍ଠିର ପରିଡ଼ା,ଏବିଇଓ ତଥା ବିଆରସିସି ଲକ୍ଷ୍ମଣ ପ୍ରଧାନ, ସଞ୍ଜୁକ୍ତା ମିଶ୍ର, କର୍ମଚାରୀ ନବକିଶୋର ମିଶ୍ର, ସନ୍ତୋଷ ଦଳେଇ, ମଧୁସୂଦନ ପ୍ରଧାନ,ପ୍ରଣୟ କୁମାର ସ୍ବାଇଁ, ଦୀପ୍ତି ରଞ୍ଜନ ବେହେରା ,ଏମ୍ ଆଇ ଏସ୍ ସଂଯୋଜିକା ପ୍ରତିମା ଧଳ, ସୋନାଲି ସାହୁ , ଗୋଷ୍ଠୀ  ସମ୍ବଳ ଶିକ୍ଷୟିତ୍ରୀ ସ୍ଵପ୍ନାରାଣୀ ପାଟ୍ଟଯୋଶୀ,ବୈଦେହୀ ପାଣି, ତିଳୋତ୍ତମା ସୁନ୍ଦରାୟ , ଜଗୁଆଳି ପ୍ରଫୁଲ୍ଲ ତାଡ଼ ପ୍ରମୁଖ ଯୋଗଦେଇ ତାଙ୍କ ବକ୍ତବ୍ୟରେ ବିଦାୟୀ ଏବିଇଓ ଶ୍ରୀମତୀ ଦାଶଙ୍କ ସହଯୋଗୀ ମନୋଭାବ, ସମସ୍ତଙ୍କୁ ଆପଣାର କରିବାର ତରିକା, ବିଦ୍ୟାଳୟଗୁଡିକ ପ୍ରତି ତାଙ୍କର ଅନୁରାଗ ବିଷୟରେ ବ୍ୟକ୍ତକରି ତାଙ୍କର ଭବିଷ୍ୟତ ନିରାମୟ ଜୀବନ କାମନା କରିଥିଲେ। କାର୍ଯ୍ୟାଳୟ ତରଫରୁ ତାଙ୍କୁ ପ୍ରୋଭିଜିନାଲ ପେନସନ୍ କାଗଜ ପ୍ରଦାନ କରାଯାଇଥିବାରୁ ଶ୍ରୀମତୀ ଦାଶ ବିଇଓ ଓ ଏବିଇଓଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ସାଧୁବାଦ ଜଣାଇଥିଲେ ।ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ଉତ୍ତରୀୟ , ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା।ବିଦାୟୀ ଏବିଇଓ ସୁଷମା ଦାଶ ସମସ୍ତଙ୍କ ସହ ସମାଜରେ ମିଳିମିଶି ଚଳିବାର ଆନନ୍ଦ ଅନୂଭୂତି ବର୍ଣ୍ଣନା କରି ସମସ୍ତଙ୍କୁ ଆପଣାର କରିବାକୁ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। କାର୍ଯ୍ୟାଳୟ କର୍ମଚାରୀ ସତ୍ୟଜିତ୍ ମହାପାତ୍ର ଧନ୍ୟବାଦ ଦେଇଥିଲାବେଳେ ଶ୍ରୀମତୀ ଦାଶଙ୍କ ସୁପୁତ୍ର ଅଭିଜିତ୍ ଦୀକ୍ଷିତ୍ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧/୨/୨୦୨୬---୮,୨୫ Sakhigopal News,1/2/2026

ads

Blog Archive

Popular Posts