ads

Breaking News

ଖବର କାଗଜ ଏଜେଣ୍ଟ ଦୁଃଖିଶ୍ୟାମ ସାହୁଙ୍କର ପରଲୋକ

ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳର ଜଣେ ଜଣାଶୁଣା ବହି ଦୋକାନି ସହିତ ବିଭିନ୍ନ ଖବରକାଗଜ ର ଏଜେଣ୍ଟ ତଥା ବିତରକ ଭାବେ ଦୁଃଖିଶ୍ୟାମ ସାହୁ ତଥା ଦୁଖିଆ ଭାଇ ଭାବେ ବେଶ୍ ପରିଚିତ ଥିଲେ। ତାଙ୍କ ଜୀବନ କାଳ ମଧ୍ୟରେ ଭୁବନେଶ୍ୱର ରୁ ଖବର କାଗଜ ଆଣି ସାକ୍ଷୀଗୋପାଳ ରୁ ବିଭିନ୍ନ ଗ୍ରାମରେ ବିତରଣ କରିଥିଲେ। ଶନିବାର ରାତିରେ ଘରେ ଶୋଇଥିବା ସମୟରେ ଦେହ ଖରାପ ହେବାରୁ ତାଙ୍କୁ ତାଙ୍କ ପରିବାର ପକ୍ଷରୁ ସାକ୍ଷୀଗୋପାଳ ମେଡିକାଲ କୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳ ନଅଟା ସମୟରେ ପରଲୋକ ଘଟିଛି।  ସେ ଜଣେ ମିଷ୍ଟଭାଷୀ, ପରୋପକାରୀ , ଧାର୍ମିକ ବ୍ୟକ୍ତି ଥିଲେ।ଏହି ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ସାମ୍ବାଦିକ ମାନେ ଶୋକପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ, ୮/୨/୨୦୨୬----୮,୨୫ Sakhigopal News,8/2/2026

ads

Blog Archive

Popular Posts