ସତ୍ୟବାଦୀ ମହୋତ୍ସବ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ସାକ୍ଷୀଗୋପାଳ ----ସତ୍ଯବାଦୀ ମହୋତ୍ସବ ଏ ବର୍ଷ ୫ ତାରିଖ ରୁ ଆରମ୍ଭ ହୋଇ ୮ ତାରିଖ ବିଳମ୍ବିତ ରାତ୍ରିରେ ଉଦଯାପିତ ହେବ ବୋଲି ସତ୍ୟବାଦୀ ମହୋତ୍ସବର ସମ୍ପାଦକ ଦୀପକ ଶତପଥୀ ଜଣାଇଛନ୍ତି। ଚାରି ଦିନ ଧରି ଅନୁଷ୍ଠିତ ହେବ। ପ୍ରତିବର୍ଷ ତିନି ଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ ଏ ବର୍ଷ ଆଉ ଏକ ଦିନ ଧରି ଅଧିକ ହେବ ବୋଲି ସତ୍ୟବାଦୀ ବିଧାୟକ ତଥା ସତ୍ୟବାଦୀ ମହୋତ୍ସବ କମିଟି ର ସଭାପତି ଓମ ପ୍ରକାଶ ମିଶ୍ର କହିଛନ୍ତି । ଏହି ଅବସରରେ ସଭାପତି ଙ୍କ ନିର୍ଦ୍ଦେଶକ୍ରମେ ମହୋତ୍ସବର ସମ୍ପାଦକ ଶ୍ରୀ ଶତପଥୀ ଙ୍କ ତତ୍ୱାବଧାନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହୋତ୍ସବ କମିଟିର ସଂଯୋଜକ ଜାନକୀ ବଲ୍ଲଭ ବରାଳ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। ମହୋତ୍ସବ କମିଟିର ଉପସଭାପତି ରଞ୍ଜନ କୁମାର ବରାଳ,ସାମ୍ବାଦିକ କିଶୋର ମହାପାତ୍ର ଓ ମହୋତ୍ସବ କମିଟିର କଲଚ୍ଯୁରାଳ ସମ୍ପାଦକ ବଦ୍ରିନାରାୟଣ ଖୁଣ୍ଟିଆ ଯୋଗ ଦେଇ ଅନୁଷ୍ଠିତ ମହୋତ୍ସବ ପକ୍ଷରୁ ପ୍ରତିଦିନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ସେହିପରି ମହୋତ୍ସବ କମିଟିର ବିଭିନ୍ନ କର୍ମକର୍ତ୍ତା ଓ ସଭ୍ୟମାନେ ଉପସ୍ଥିତ ରହିଥିଲେ।ବିଶେଷ କରି କାର୍ଯ୍ୟକ୍ରମ ଓ ସତ୍ୟବାଦୀ ମହୋତ୍ସବ ଏ ବର୍ଷ ସ୍ବତନ୍ତ୍ର ଭାବେ ପାଳନ କରାଯାଉଛି ଏହାକୁ ସୁଦୃଢ଼ ଭାବେ ପ୍ରଚାର ପ୍ରସାର କରିବା ପାଇଁ ସାମ୍ବାଦିକ ମାନଙ୍କୁ ମହୋତ୍ସବ କମିଟି ପକ୍ଷରୁ ନିବେଦନ କରାଯାଇଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୪/୨/୨୦୨୬---୧୨,୪୫ Sakhigopal News 4/2/2026
