ads

Breaking News

ପବିତ୍ର ମହା ଶିବରାତ୍ରିରେ ସହରର ବିଭିନ୍ନ ଶିବ ମନ୍ଦିର ଉତ୍ସବ ମୁଖର


ଜଟଣୀ :- ଜଟଣୀ ସହରର ବିଭିନ୍ନ ଶୈବ ପୀଠ ଗୁଡିକ ପବିତ୍ର ଶିବରାତ୍ରିରେ ଉତ୍ସବ ମୁଖର ହୋଇଉଠିଛି l ସହରର ନୀଳକଣ୍ଠେଶ୍ଵର ମନ୍ଦିର, ଖରଖିଆ ବୈଦନାଥ,ସ୍ଵପ୍ନେଶ୍ଵର ମନ୍ଦିର, ଅଖଣ୍ଡଳ ମନ୍ଦିର, ଶଗ ଡିଆ ବାଲୁଙ୍କେଶ୍ୱର, ଗତିଃଶ୍ୱର ମନ୍ଦିର, କପାଳ ଲୋଚନ ମନ୍ଦିର ଗୁଡିକରେ ମହା ଆଡମ୍ବରରେ ମହା ଶିବରାତ୍ରି ବା ଜାଗର ଯାତ୍ରା ପାଳନ ଅବସରରେ ସହ ସହ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ସେହିପରି ସବୁଠାରୁ ବିଶ୍ୱାସ ତଥା ମାନସିକ ଫଳରପ୍ରାପ୍ତି ଠାକୁର ବାବା ବୁଢାପଡା ସୋମନାଥ ଦେବ ମନ୍ଦିରରେ ରାତ୍ର ୩ ଘଟିକାରୁ ଠାକୁରଙ୍କ ନୀତିକାନ୍ତି ସମ୍ପନ୍ନ ହୋଇ ଶ୍ରଦ୍ଧାଳୁଙ୍କ ପାଇଁ ଧାଡି ଦର୍ଶନର ବ୍ୟବସ୍ଥା ହୋଇଥିଲା l ଏହି ଧାଡି ଦର୍ଶନରେ ସହ ସହ ଭକ୍ତ ଶାନ୍ତିଶୃଙ୍ଖଳା ସହ ବାନା ବିଖ୍ୟାତ କାରି ସୋମନାଥ ଦେବଙ୍କୁ ଦର୍ଶନ କରି ଫୁଲ,ଭୋଗ ସହିତ ପାଚିଲା କଦଳୀ,ନବଜାତ,କେଶର, ଗଙ୍ଗାଜଳ, ଷୀର,ମହୁ,ଆଦି ପାଣିନାଗି କରି ଆଶ୍ରିବାଦ ଲାଭ କରିଥିଲେ l ସନ୍ଧ୍ୟା ସମୟରେ ବେଢା ମଧ୍ୟରେ ସହ ସହ ଭକ୍ତ ଦୀପ ଜାଳି ପ୍ରଭୁଙ୍କୁ ଧ୍ୟାନ କରି ନିଜର ତଥା ବିଶ୍ୱର କଲ୍ୟାଣ ନିମ୍ମିତ୍ତ ଆରାଧନା କରିଥିଲେ l ରାତ୍ର ୧୦ ଘଟିକା ୪୫ ମିନିଟ ସମୟରେ ସୋମନାଥ ଦେବ ଗର୍ଭ ଗୃହରୁ ଆଗମନ କରି ତିନିଥର ବେଢା ପରିକ୍ରମା କରି ମନ୍ଦିର ଚୁଡାରେ ମହାଦୀପ ଉଠିଥିଲା l ଏହି ମହାଦୀପ ଦର୍ଶନ କରି ଭକ୍ତମାନେ ନିଜର ସାନିଧ୍ୟ୍ୟ ଲାଭ କରିଥିଲେ l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୧୫/୨/୨୦୨୬---୮,୨୫ Sakhigopal News,15/2/2026

ads

Blog Archive

Popular Posts