ବେଲଘର ହାତୀ ମୃତ୍ୟୁ ଘଟଣା ରେ ବାଲିଗୁଡା ଡ଼ିଏଫଓ ଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ
କନ୍ଧମାଳ ---ବାଲିଗୁଡା ବନଖଣ୍ଡ ର ବେଲଘର ରେଞ୍ଜ ଅନ୍ତର୍ଗତ ମୁଣ୍ଡୁଟି ଜଙ୍ଗଲ ରେ ହାତୀ ମୃତ୍ୟୁ ଘଟଣା ରେ ବାଲିଗୁଡା ଡ଼ିଏଫଓ ଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ l ବାଲିଗୁଡା ଡ଼ିଏଫଓ ଘନଶ୍ୟାମ ମହନ୍ତ ଙ୍କୁ ଜଙ୍ଗଲ ପରିବେଶ ବିଭାଗ ପକ୍ଷରୁ ଚିଠି ନମ୍ବର ୩୮୧୫ ତାରିଖ ୧୩/୨ ଅନୁଯାୟୀ ନୋଟିସ ଜାରୀ କରାଯାଇଛି l ବେଲଘର ରେଞ୍ଜ ରେ ହୋଇଥିବା ହାତୀ ମୃତ୍ୟୁ ଓ ଘଟଣା କୁ ଚପେଇବାକୁ ଉଦ୍ୟମ କରି ମୃତ ଦେହକୁ ୩୨ ଖଣ୍ଡ କରି ପୋତାଯିବା ଘଟଣା ରେ ବାଲିଗୁଡା ଡ଼ିଏଫଓ ଙ୍କ ବିରୋଧ ରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ୧୫ ଦିନ ମଧ୍ୟରେ ସ୍ପଷ୍ଟ କରିବାକୁ ନିର୍ଦେଶ ଦିଆଯାଇଛି l ବେଲଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲ ରେ ମୃତ୍ୟୁ ହୋଇଥିବା ହାତୀ ର ମୃତ ଦେହ କୁ କାଡାପାନା ନର୍ସରୀ ମଧ୍ୟରେ ପୋତା ଯିବା ସହ ପରେ ମୃତ ଦେହ କୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଂଚଳ ରୁ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଉଦ୍ଧାର ଘଟଣା କୁ ନେଇ ଡ଼ିଏଫଓ ଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ ହୋଇଛି l ମୁଣ୍ଡୁଟି ଜଙ୍ଗଲ ରେ ହାତୀ ମୃତ୍ୟୁ ଘଟଣା ରେ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରିବାକୁ ବାଲିଗୁଡା ଡ଼ିଏଫଓ ଙ୍କୁ ନିର୍ଦେଶ ରହିଥିଲେ ବି ବାଲିଗୁଡା ଡ଼ିଏଫଓ ଅବମାନନା କରିଥିବା ଚିଠି ରେ ଉଲ୍ଲେଖ କରା ଯାଇଛି l ଏଥିସହ ନିଜେ ଘଟଣା ସ୍ଥଳ କୁ ନ ଯାଇ ଏସିଫ ସୂର୍ଯ୍ୟକାନ୍ତ ବେହେରା ଙ୍କୁ ତଦନ୍ତ ପାଇଁ ଡ଼ିଏଫଓ ପଠାଇଥିବା କୁହାଯାଇଛି l ହାତୀ ମୃତ ଦେହ କୁ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପୋତାଯାଇଥିବା ଖବର ଜାଣିବା ପରେ ବି ନିଜେ ତଦନ୍ତ ନ କରିବା ଓ ଅପରାଧ ର ଗୁରୁତ୍ୱ ନ ବୁଝିବା ନେଇ ବିଭାଗ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି l ହାତୀ ମୃତ ଦେହ ଲୁଚାଯିବା ଘଟଣା ପରେ ଅନ୍ୟ ଜଣେ ଏସିଏଫ ମନରଞ୍ଜନ ବାଗ ଙ୍କୁ ପୁନଃ ତଦନ୍ତ ଦାୟିତ୍ୱ ଦେବା ଡ଼ିଏଫଓ ଙ୍କ ଅଳସ୍ୟପୂର୍ଣ୍ଣ ମନୋଭାବ କୁ ଦର୍ଶାଇଥିବା ନେଇ ବିଭାଗ ପକ୍ଷରୁ ପ୍ରକାଶ ପାଇଛି l ହାତୀ ମୃତ୍ୟୁ ର କାରଣ ନିର୍ଣ୍ଣୟ କରିବା ଓ ଅପରାଧୀ ଙ୍କୁ ଧରିବା ପାଇଁ କୌଣସି ପଦକ୍ଷେପ ବାଲିଗୁଡା ଡ଼ିଏଫଓ ନେଇ ନଥିବା ଚଠି ରେ ଉଲ୍ଲେଖ ରହିଛି l ଗତ ଜାନୁଆରୀ ୫ ରେ ବେଲଘର ରେଞ୍ଜ ଝିରିପାଣି ସେକ୍ସନ ର ମୁଣ୍ଡୁଟି ଜଙ୍ଗଲ ରେ ହାତୀ ମୃତ୍ୟୁ ପରେ ନିର୍ଦେଶାବଳି ଉଲ୍ଲଘଂନ କରି ଡ଼ିଏଫଓ ଘନଶ୍ୟାମ ମହନ୍ତ ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ବନ୍ୟପ୍ରାଣୀ ୱାଡେନ,ଆରସିସିଏଫ ଓ ସରକାର ଙ୍କୁ ପ୍ରାଥମିକ ରିପୋର୍ଟ ଦାଖଲ କରିନଥିବା ଚିଠି ରେ ଦର୍ଶା ଯାଇଥିବା ଜଣାପଡ଼ିଛି। କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୧୭/୨/୨୦୨୬----୭,୧୦ Sakhigopal News,17/2/2026
