କରଡ଼ା ଘାଟିରେ ଦୁର୍ଘଟଣା, ନିୟନ୍ତ୍ରଣ ହରାଇ ଘାଟିତଳକୁ ଖସିଲା ମହୁଲ ବୋଝେଇ ଟ୍ରକ, ଡ୍ରାଇଭର ଗୁରୁତର
କନ୍ଧମାଳ ----କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନୁର୍ଗତ କରଡ଼ା ଘାଟି ଠାରେ ଆଜି ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ନିୟନ୍ତ୍ରଣ ହରାଇ ଏକ ମହୁଲ ବୋଝେଇ ଟ୍ରକ ପ୍ରାୟ ୫୦ ଫୁଟ ତଳକୁ ଖସିପଡ଼ିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଟ୍ରକଟି ବଲାଙ୍ଗୀର ରୁ ମହୁଲ ନେଇ କରଡ଼ା ଅଭିମୁଖେ ଯାଉଥିବାବେଳେ ଘାଟିର ଏକ ମୋଡ଼ରେ ଡ୍ରାଇଭର ଗାଡ଼ିର ନିୟନ୍ତ୍ରଣ ହରାଇଥିଲେ। ଫଳରେ ଟ୍ରକଟି ରାସ୍ତା ପାଖରେ ଥିବା ଗାତକୁ ଖସିପଡ଼ିଥିଲା। ଏହି ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ,ଖବର ପାଇ ରାଇକିଆ ଅଗ୍ନିଶମ ବିଭାଗ ଘଟଣାସୁଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ରାଇକିଆ ମେଡିକାଲ ରେ ଭର୍ତ୍ତି କରିଥିଲେ। ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ, ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ ଅନୁସାରେ ଘାଟିରେ ଗାର୍ଡ ୱାଲ୍ ନଥିବା ଓ ସୁରକ୍ଷା ବ୍ୟବସ୍ଥାର ଅଭାବ ଯୋଗୁ ଏଠାରେ ପ୍ରାୟଶଃ ଦୁର୍ଘଟଣା ଘଟୁଛି। ସ୍ଥାନୀୟ ଲୋକମାନେ ତୁରନ୍ତ ଗାର୍ଡ ୱାଲ୍ ନିର୍ମାଣ ଓ ସଚେତନତା ସୂଚନା ଫଳକ ସ୍ଥାପନର ଦାବି କରିଛନ୍ତି। କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୨୦/୨/୨୦୨୬---୯,୪୫ Sakhigopal News,20/2/2026
