ads

Breaking News

ଆଚାର୍ଯ୍ୟ ହରିହର ଶିଶୁ ଭବନ ର ୪୭ ତମ ବାର୍ଷିକ ଉତ୍ସବ ସହିତ ରକ୍ତଦାନ ଶିବିର ଅନୁଷ୍ଠିତ


ସାକ୍ଷୀଗୋପାଳ ---- ଆଚାର୍ଯ୍ୟ ହରିହର ଶିଶୁ ଭବନ ର ୪୭ ତମ ବାର୍ଷିକ ଉତ୍ସବ ସହିତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସମାଜ ରେ ଭଲ ମଣିଷର ଆଦର ଓ ସମ୍ମାନ ସବୁବେଳେ ଥାଏ।ସମ୍ପ୍ରତି ଆଜିର ସମାଜ ରେ ସଂସ୍କାର ଓ ଶୃଙ୍ଖଳା ର ଅଭାବ ଦେଖାଯାଉଛି।ଏହାକୁ  ସୁଧାରିବା ପାଇଁ ଆଚାର୍ଯ୍ୟ ହରିହର ଙ୍କ ଆଦର୍ଶ ଓ ଚରିତ୍ର ସର୍ବଦା ପ୍ରେରଣାଦାୟକ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା।ଆଜି ଅପରାହ୍ନ ରେ ସାକ୍ଷୀ ଗୋପାଳ ମନ୍ଦିର ନିକଟସ୍ଥ ଆଚାର୍ଯ୍ୟ ହରିହର ଶିଶୁ ଭବନର ୪୭ ତମ ପ୍ରତିଷ୍ଠା ଓ ବାର୍ଷିକ ଦିବସ ପାଳିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଆଚାର୍ଯ୍ୟ ହରିହରଙ୍କ ଭଲ ମଣିଷ ହେବାର କାଳଜୟୀ ବାଣୀ ସଭିଙ୍କ ପାଇଁ ମହତ୍ତ୍ଵପୂର୍ଣ୍ଣ।ବିଭିନ୍ନ ଅନୁଷ୍ଠାନ ରେ ଶିକ୍ଷା ଲାଭ କରୁଥିବା ପିଲା ମାନେ ବଡ ମଣିଷ ହେବାର ସ୍ବପ୍ନ ଦେଖିଥାନ୍ତି ।କିନ୍ତୁ ବଡ ମଣିଷ ହୋଇ ଅଧିକ ରୋଜଗାର ଅପେକ୍ଷା ଯଦି ସମାଜ ପାଇଁ ସମ୍ବଳ ପାଲଟି, ସଂସ୍କାର ଯୁକ୍ତ ହୋଇ ଶୃଙ୍ଖଳିତ ଆଚରଣ କରିଥାନ୍ତି ତେବେ ତାହାହିଁ ହେବ ଆଚାର୍ଯ୍ୟ ହରିହର ଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧା ସମ୍ମାନ ବୋଲି ମତବ୍ୟକ୍ତ କରିଥିଲେ ।ଏହି ଅନୁଷ୍ଠାନ ର ପିଲାମାନେ ଯେଉଁ ମାନେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଛନ୍ତି ସେମାନଙ୍କୁ ଆମନ୍ତ୍ରଣ କରି ବର୍ତ୍ତମାନ ପିଲାମାନଙ୍କୁ ପ୍ରେରଣା ପାଇଁ ସେମାନଙ୍କ ସହ ମିଶିବାର ସୁଯୋଗ ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଥିଲେ।ଆଚାର୍ଯ୍ୟ ହରିହର ଶିଶୁ ଭବନର ଉପ ସଭାପତି ବିରେନ୍ଦ୍ର ଭୂଷଣ ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ  ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ବରିଷ୍ଠ ନାଗରିକ ସଭାପତି ଆଇନଜୀବୀ ଗୁଣ୍ଡିଚା ବରାଳ,ଶିଶୁ ମଙ୍ଗଳ କମିଟି ସଦସ୍ୟ ଉପେନ୍ଦ୍ର ବିଶ୍ବାଳ,କଳାକାର ନଟବର ଆଚାର୍ଯ୍ୟ, ରଞ୍ଜନ ମିଶ୍ର, ଶିଶୁ ସୁରକ୍ଷାର ଆନୁଷ୍ଠାନିକ ଯତ୍ନ ଅଧିକାରୀ ଶୁଭ ନାରାୟଣ ଶତପଥୀ,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଆଚାର୍ଯ୍ୟଙ୍କ ସ୍ମୃତି ଚାରଣ କରିଥିଲେ।ପ୍ରାରମ୍ଭରେ ଅନଷ୍ଠାନର ସମ୍ପାଦିକା ରାଜଲକ୍ଷ୍ମୀ ଦାସ ସମସ୍ତଙ୍କୁ ସ୍ବାଗତ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ଅନୁଷ୍ଠାନର ବାର୍ଷିକ ପତ୍ର  ପ୍ରଗତି ଓ ଇତିବୃତି ବଣ୍ଟନ କରାଯାଇଥିଲା l ଶେଷରେ ଅନୁଷ୍ଠାନର ଅଧିକ୍ଷକ ସୁବୋଧ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।ଅତିଥିମାନେ ପ୍ରାରମ୍ଭରେ ଆଚାର୍ଯ୍ୟ ହରିହର ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମଚାରୀ, ଅନ୍ତେବାସୀ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।ଏହି ଅବସରରେ ଅନୁଷ୍ଠାନ ପରିସରରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଥିଲା।ଏହାକୁ ବିଡ଼ିଓ ସତ୍ୟବାଦୀ ଦେବାଶିଷ ନାୟକ ଉଦଘାଟନ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୧/୨/୨୦୨୬----୬,୩୫ Sakhigopal News,21/2/2026

ads

Blog Archive

Popular Posts