ads

Breaking News

ବଡ଼ ଧରଣ ର ଆନ୍ଦୋଳନ ପାଇଁ ବିଜେଡି ର ସଜବାଜ


 କନ୍ଧମାଳ ---ରାଜ୍ୟ ସରକାର ଙ୍କ ଚାଷୀ ମାରଣ ନୀତି,ବ୍ୟପଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି,ଜବର ଦଖଲ ଉଛେଦ ଭଳି ବିଭିନ୍ନ ପ୍ରସଙ୍ଗ ନେଇ  ବାଲିଗୁଡା ରେ ବିଜେଡି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ବିଜେଡି ଉପସଭାପତି ଟୁନା ଦାସ ଙ୍କ ନେତୃତ୍ୱ ରେ ଏହି ବୈଠକ ରେ ବାଲିଗୁଡା ନଗର ବିଜେଡି ସଭାପତି ସାବେଜ ଉଦିନ, ବାଲିଗୁଡା ବ୍ଲକ ବିଜେଡି ସଭାପତି ଅବନୀକାନ୍ତ ନାୟକ ସମେତ ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ l ବିଜେପି ର ଉଣେଇଶି ମାସ ର ସରକାର ରେ ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯାତନା, ଜବର ଦଖଲ ଉଛେଦ ନାଁ ରେ ଘର ଭଙ୍ଗା ଯିବା ସହ ମଣ୍ଡିରୁ ଚାଷୀ ଙ୍କ ଧାନ ନ ଉଠିବା ଭଳି ବିଭିନ୍ନ ସମସ୍ୟା କୁ ନେଇ ବଡ଼ ଧରଣ ର ଆନ୍ଦୋଳନ କୁ ଓଲ୍ହାଇବ ବୋଲି ବିଜେଡି କହିଛି l ଏଥିସହ କନ୍ଧମାଳ ଜିଲ୍ଲା ର ତିନୋଟି ଯାକ ନିର୍ବାଚନ ମଣ୍ଡଳୀ ରେ ବିଜେଡି ପ୍ରତିବାଦ କରିବା ସହ ଜିଲାପାଳ,ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମେତ ଥାନା ଘେରାଉ କରିବ ବୋଲି ବିଜେଡି ଚେତାବନୀ ଦେଇଛି l ଏ ନେଇ ବିଜେଡି ପକ୍ଷରୁ ଏକ ବାଇକ ଶୋଭାଯାତ୍ରା କରାଯିବା ସହ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ବିଜେଡି ପକ୍ଷରୁ ପ୍ରସ୍ତୁତି ବୈଠକ କରାଯାଇଛି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୧୧/୨/୨୦୨୬---୯,୨୦ Sakhigopal News,11/2/2026

ads

Blog Archive

Popular Posts