ଏକ ସପ୍ତାହ ହେବ ସରିଲାଣି ତୃତୀୟ ପଥଉତ୍ସବ, ହେଲେ ରାସ୍ତାରୁ ହଟୁନି ସ୍ୱାଗତ ତୋରଣ
ଜଟଣୀ :- ଜଟଣୀ ସହରରେ ଅନୁଷ୍ଠିତ ହେଉଥିବା ତୃତୀୟ ପଥଉତ୍ସବ କାର୍ଯ୍ୟକ୍ରମକୁ ଏହା ମଧ୍ୟରେ ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ହରିଭାଇନା ଛକ ମୁଖ୍ୟ ରାସ୍ତାରେ ସ୍ଥାପନ ହୋଇଥିବା ସୁଉଚ୍ଚ ସ୍ୱାଗତ ତୋରଣ ଖୋଲିବାକୁ ଟେଣ୍ଟହାଉସ ସଂସ୍ଥା ଭୁଲିଯାଇଛି । ଏହି ରାସ୍ତାରେ ଯାତାୟାତ କରୁଥିବା ପଥଚାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି l ଉକ୍ତ ସ୍ୱାଗତ ତୋରଣ ପାଇଁ ଦୈନିକ ଛୋଟ ମୋଟ ଦୁର୍ଘଟଣା ଘଟିବା ସହିତ ଟ୍ରାଫିକ ସମସ୍ୟା ପଥଚାରୀଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି । ସ୍ଥାନୀୟ ପ୍ରଶାସନ ଏବଂ ଆୟୋଜକ ମଣ୍ଡଳୀ ଏ ଦିଗରେ ଧୂତରାଷ୍ଟ୍ର ସାଜିଥିବା ସାଧାରଣରେ ଅଭିଯୋଗ ହେଉଛି l ଅତଏବ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ତୁରନ୍ତ ସମାଧାନ କରିବାପାଇଁ ବରିଷ୍ଠ ନାଗରିକ ମାନେ ମତ ପୋଷଣ କରିଛନ୍ତି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୨/୨/୨୦୨୬---୮,୧୦ Sakhigopal News,22/2/2026
