ads

Breaking News

୩ୟ ଜଟଣୀ ପଥ ଉତ୍ସବ ହେବ ଭକ୍ତିମୟ ,ମହାଶିବରାତ୍ରି ଭଜନକୁ ଦିଆଯିବ ଗୁରୁତ୍ୱ


ଜଟଣୀ : ଜଟଣୀରେ ଅନୁଷ୍ଠିତ ହେବାକୁ ଯାଉଥିବା "ତୃତୀୟ ପଥ ଉତ୍ସବ" ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ବ୍ଲକ କାର୍ଯ୍ୟାଳୟ ପରିସରରେ ପଥ ଉତ୍ସବ କମିଟି ଅଧକ୍ଷ ବିଶ୍ୱରଞ୍ଜନ ବଡ଼ଜେନାଙ୍କ ନେତୃତ୍ୱରେ ଏବଂ ଡଃ ରୁଷି ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି।ଫେବୃଆରୀ ୧୫ତାରିଖ ରବିବାର ଦିନ ମହାଶିବରାତ୍ରୀ ଦିନ ଜଟଣୀ ବିକାଶ ପରିଷଦ ଦ୍ବାରା ପରିଚାଳିତ ୩ୟ ଜଟଣୀ ପଥ ଉତ୍ସବ ଅନୁଷ୍ଠିତ ହେବ ବୋଲି ସାମ୍ୱାଦିକ ସମ୍ମିଳନୀରେ ପଥ ଉତ୍ସବର ମୂଖ୍ୟ ଆବାହକ ଡଃ ରୁଷି ପଟ୍ଟନାୟକ ସୂଚନା ଦେଇଛନ୍ତି । ଅଧ୍ୟକ୍ଷ ଶ୍ରୀ ବଡ଼ଜେନା କହିଲେ ଯେ ମୁଁ ଜଟଣୀ ବାସୀଙ୍କ ନିକଟରେ କୃତଜ୍ଞ ଯେ ସେମାନେ ବହୁସଂଖ୍ୟାରେ ଆସି ପ୍ରଥମ ଓ ଦିତୀୟ ପଥ ଉତ୍ସବ ବହୁ ମାତ୍ରାରେ ସଫଳତା ଦେଇଛନ୍ତି ।ଏଥର ତୃତୀୟ ପଥ ଉତ୍ସବ ଯେହେତୁ ୧୫ତାରିଖ ରବିବାର ଦିନ ମହାଶିବରାତ୍ରୀ ପଡ଼ୁଛି । ତେଣୁ ୩ୟ ପଥ ଉତ୍ସବକୁ ଶିବ ରାତ୍ରି ପାଇଁ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି  । ତେଣୁ ଏଥି ପାଇଁ ୨୦ଫୁଟ ଉଚ୍ଚ ଏକ ଶିବ ମୂର୍ତ୍ତି ଅୟୋଜନ କରାଯାଇଛି ବୋଲି ଅଭିନେତା ଓ ପଥ ଉତ୍ସବ ମୁଖ୍ୟ ଆବାହକ ଡଃ ରୁଷି ପଟ୍ଟନାୟକ କହିଛନ୍ତି।ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ଦୁଇ ପ୍ରତିନିଧି ମନୋଜ ନନ୍ଦ ଓ ସତୀଶ ଶର୍ମା, ଯୁଗ୍ମ ଆବାହକ ଡଃ ଉମାକାନ୍ତ ପଟ୍ଟନାୟକ, ଅଗ୍ନିଶମ ବିଭାଗ ଅଧିକାରୀ ଲକ୍ଷ୍ମଣ ବେହେରା, ଲିଟୁ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୨/୨୦୨୬--୮,୧୫ Sakhigopal News 
12/2/2026

ads

Blog Archive

Popular Posts