ସିନି ପକ୍ଷରୁ ଲକ୍ଷପତି ଦିଦି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
କନ୍ଧମାଳ ---କୋଟଗଡ ବ୍ଲକ ଅନ୍ତର୍ଗତ ଜାମଝୋର ଖେଳ ପଡିଆ ଠାରେ ସି.ନି ସଂସ୍ଥା ପକ୍ଷରୁ ଲକ୍ଷପତି ଦିଦି କୃଷକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ କୋଟଗଡ ବ୍ଲକର ସୁବର୍ଣ୍ଣଗିରି, ଯୁବlଗୁଡା, ମାଦାଗୁଡା, ଜୁଡାବାଲି, କୋଟଗଡ, ଦୁର୍ଗାପଙ୍ଗା, ଧାରାକୋଟ ପଞ୍ଚାୟତର ଶତାଧିକ ପିଜି ଗ୍ରୁପର ଦିଦି ମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଦେବାଶିଷ ମଲିକ (ବ୍ଲକ କୃଷି ଅଧିକାରୀ ) ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ l ଏହା ପରେ ସମ୍ମାନୀୟ ଅତିଥି ଭାବେ ଏସ. ବି. ଆଇ ବ୍ୟାଙ୍କ ଶାଖା ପରିଚାଳକ ରାଜେନ୍ଦ୍ର ସାହୁ, ଓ. ଜି. ବି. ବ୍ୟାଙ୍କ ଶାଖା ପରିଚାଳକ ଲଷ୍ମୀକାନ୍ତ ଦିଗନ, କୋଟଗଡ ବନବିଭାଗୀୟ ଅଧିକାରୀ, ନିଗମ ଫାଉଣ୍ଡେସନ ସେକ୍ରେଟାରୀ ଜେନା ବାବୁ, ପ୍ରମୁଖ ଉପସ୍ଥିତ ରହି ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ସଂସ୍ଥା ପକ୍ଷରୁ ଅଙ୍କିତା ପ୍ରିୟଦର୍ଶନୀ ଅତିଥି ପରିଚୟ ପ୍ରଦାନ କରିଥିଲେ l ବ୍ଲକ ସମ୍ୱନ୍ନୟକାରୀ ସୌରଭ କୁଣ୍ଡୁ ସି.ନି ସଂସ୍ଥା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ l ସି.ନି. ସଂସ୍ଥାର ଆଞ୍ଚଳିକ ପରିଚାଳକ ଚନ୍ଦ୍ରମଣି ସାହୁ ସଭାକୁ ପରିଚାଳନା କରିଥିଲେ । ନବୀନ କୁମାର ମାଝୀ କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଉପରେ କହିଥିଲେ ଯେ କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ବହୁଳ ଜିଲ୍ଲା ଅଟେ । ଏହି ଜିଲ୍ଲାକୁ ଭୌଗୋଳିକ, ଅର୍ଥନୈତିକ, ଦୃଷ୍ଟି କୋଣ ଅନୁଯାୟୀ କୃଷି ଓ ଜୀବନ ଜୀବିକା ଅର୍ଜନ ନିମନ୍ତେ ଜୈବିକ ପ୍ରଣାଳୀରେ ବିଭିନ୍ନ ପନିପରିବା ଚାଷ ଓ ଛେଳି କୁକୁଡ଼ା ପାଳନ କରି ପ୍ରତ୍ୟୋକ ପିଜି ଦିଦିମାନେ ବର୍ଷକୁ ଲକ୍ଷରୁ ଉର୍ଦ୍ଧ ଟଙ୍କା ରୋଜଗାର କରିପାରିବେ ବୋଲି କହିଥିଲେ l ପ୍ରତ୍ୟେକ ଗ୍ରାମ୍ୟ ସ୍ତରରେ ଉତ୍ପାଦକ ଗୋଷ୍ଠିରେ କ୍ଷୁଦ୍ର ଚାଷୀ ଦିଦିଙ୍କୁ ଅନ୍ତର୍ଭୁକ୍ତ କରି ସି.ନି ସଂସ୍ଥା ପକ୍ଷରୁ ମୁଖ୍ୟ ପ୍ରାଧାନ୍ୟ ଦିଅଯିବ ବୋଲି ଶ୍ରୀ ଚନ୍ଦ୍ରମଣି ସାହୁ କହିଥିଲେ । ସିନି ସଂସ୍ଥାର ସହଯୋଗ ନେଇ ବିଭିନ୍ନ ପନିପରିବା ଚାଷ ଓ ଛେଳି କୁକୁଡ଼ା ପାଳନ କରି ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥିବା ବିଭିନ୍ନ ପଞ୍ଚାୟତର ଚାଷୀ ଦିଦି ମାନଙ୍କୁ ମାନ ପତ୍ର ପ୍ରଦାନ ସହ ବିଭିନ୍ନ ଚାଷ ପ୍ରଣାଳୀ ଜିନିଷ ଗୁଡିକ ପୁରସ୍କାର ବିତରଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ମାଧ୍ୟ୍ୟମରେରେ ପାରମ୍ପରିକ କନ୍ଧ କୁଇ ଗୀତ ସହ ମନରଞ୍ଜନ ନୃତ୍ୟ ପରିବେଷଣ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ସି.ନି ସଂସ୍ଥା ପକ୍ଷରୁ ଜ୍ଞାନେନ୍ଦ୍ର, ଶ୍ରଦ୍ଧାଞ୍ଜଳି ମହାରଣା, ନବୀନ୍ କୁମାର ମାଝୀ, ସାନ ଟlକ୍ରୀ , ସୁବ୍ରତ ମହାକୁଡ଼, ସ୍ମୃତି ସ୍ମରଣୀକା,ଉର୍ମି କାନ୍ତ ସହ ବିଭିନ୍ନ ପଞ୍ଚାୟତରୁ ପ୍ରମୁଖ ଚାଷୀ ମାନେ ଉପସ୍ଥିତ ଥିଲେ l ସ୍ମୃତିସ୍ମରଣିକା ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ । କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୨୮/୨/୨୦୨୬ ---୪,୩୫ Sakhigopal News,28/2/2026
