ନିଶାସକ୍ତ ଯୁବକ ସିରିଜ ଦୁର୍ଘଟଣା ଘଟାଇବା ପରେ ଥାନାରେ ଅଟକ
କନ୍ଧମାଳ --- ମଦ୍ୟପ ବାଇକ ଆରୋହୀ ର ଉନ୍ନକ୍ତ କାଣ୍ଡ l ନିଶାସକ୍ତ ଅବସ୍ଥାରେ ଜନଗହଳି ପୂର୍ଣ୍ଣ ରାସ୍ତା ରେ ଦ୍ରୁତ ଗତିରେ ବାଇକ ଚଲାଇ ଘଟାଇଲା ସିରିଜ ଦୁର୍ଘଟଣା l ପ୍ରଥମେ ଜଣେ ସାଇକେଲ ଆରୋହୀ ଙ୍କୁ ଧକ୍କା ଦେବା ପରେ ଏକାଧିକ ବାଇକ କୁ ପଛରୁ ପିଟିଲା ନିଶାସକ୍ତ ଯୁବକ l ବାଲିଗୁଡା ନୁଆସାହି ସ୍ଥିତ କଳ୍ପନା ଛକ ନିକଟରେ ଘଟିଛି ଏପରି ଦୁର୍ଘଟଣା l
ସିରିଜ ଦୁର୍ଘଟଣା ରେ ସାଇକେଲ ଆରୋହୀ ଗୁରୁତର ହୋଇଥିବା ବେଳେ ଦୁଇ ମହିଳା ଙ୍କ ସମେତ ଚାରି ଜଣ ଆହତ ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।
ଗୁରୁତର ସାଇକେଲ ଆରୋହୀ ଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି l ଦୁର୍ଘଟଣା ଘଟାଇଥିବା ମଦ୍ୟପ ବାଇକ ଆରୋହୀ କୁ ଅଟକ ରଖି ଅଧିକ ତଦନ୍ତ କରୁଛି ସ୍ଥାନୀୟ ପୋଲିସ l ତେବେ ନିଶାସକ୍ତ ଯୁବକ ଜଣକ ରାଇକିଆ ରୁ ବାଲିଗୁଡା ଭୋଜି ଖାଇବା କୁ ଆସି ନିଶାସକ୍ତ ଅବସ୍ଥାରେ ଅତ୍ୟଧିକ ସ୍ପିଡ଼ ରେ ବାଇକ ଚଲାଇ ଏହି ଦୁର୍ଘଟଣା ଘଟାଇଥିବା ସ୍ଥାନୀୟ ଲୋକମାନେ କହିଛନ୍ତି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୧୭/୨/୨୦୨୬---୬,୧୦ Sakhigopal News,17/2/2025
