ଖବରକାଗଜ ଏଜେଣ୍ଟ ଓ ବିତରକ ଏକାଦଶାହ ଅବସରରେ ସ୍ଳୃତି ଚାରଣ ସଭା ଅନୁଷ୍ଠିତ
ସାକ୍ଷୀଗୋପାଳ ---- ସ୍ବର୍ଗତ ଦୁଃଖୀଶ୍ୟାମ ସାହୁଙ୍କ ଏକାଦଶାହ ଅବସରରେ ତାଙ୍କର ମଠସାହି ସ୍ଥିତ ବାସଭବନ ରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସ୍ମୃତି ଚାରଣ ସଭାର ଆୟୋଜନ କରିଥିଲେ ପୂଜ୍ୟପୂଜା ସ୍ଳୃତି ପରିଷଦ ଅଳଗୁମ । ଅନୁଷ୍ଠାନ ର ସଭାପତି କୁଳମଣି ବିଶ୍ୱାଳ, ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଜିଲ୍ଲା ପରିଷଦ ସଭ୍ୟା ବିଷ୍ଣୁ ପ୍ରିୟା ବରାଳ , ଜୟପୁର ସରପଞ୍ଚଙ୍କ ପ୍ରତିନିଧି ଦେବଦତ୍ତ ସାମନ୍ତରାୟ, ସାମ୍ବାଦିକ ଧୀରେନ୍ଦ୍ର ସେନାପତି,ବନ୍ଦନା ମହାପାତ୍ର,ପାଣ୍ଡବ ମାହରଣା , ବଳଭଦ୍ର ମହାପାତ୍ର, ଧିରେନ ବିଶ୍ବାଳ,ସନାତନ ବିଶ୍ବାଳ, ଯୋଗେନ୍ଦ୍ର ନାୟକ ଯୁଗଳ କିଶୋର ବେହେରା, ଜଗବନ୍ଧୁ ବିଶ୍ବାଳ ଓ କୃପାନିଧି ପ୍ରଧାନ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ସାହୁଙ୍କ ସ୍ଳୃତି ଚାରଣ କରିଥିଲେ। ଅନୁଷ୍ଠିତ ସଭାରେ ଶିକ୍ଷକ ରବୀନ୍ଦ୍ର କୁମାର ଷଡ଼ଙ୍ଗୀ ସଂଯୋଜନା କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୮/୨/୨୦୨୬--+୮,୨୫ Sakhigopal News,18/2/2026
