ଜାଭିୟର ବିଶ୍ୱବିଦ୍ୟାଳୟରେ କମିଶନରେଟ ପୋଲିସ ତରଫରୁ ରକ୍ତଦାନ ଶିବିର, କ୍ରାଇମ ସଚେତନତା କାର୍ଯ୍ୟକ୍ରମ
ଜଟଣୀ ---- ଆଜି କମିଶନରେଟ ପୋଲିସ ରେଡକ୍ରସ୍ ଓ ଜାଭିୟର ବିଶ୍ୱବିଦ୍ୟାଳୟର ଏନ.ଏସ.ଏସ ତରଫରୁ ଏକ ସ୍ବତନ୍ତ୍ର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଦୈତ୍ୟ ନଗରୀର ପୋଲିସ କମିଶନର ଦେବ ଦତ୍ତ ସିଂହ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ତାଙ୍କ ସହ ଅତିରିକ୍ତ ଉପ ପୋଲିସ୍ କମିଶନର ଶ୍ରୀ ମାନସ ଗଡ଼ନାୟକ, ଅଭିନେତା ଓ ସମାଜ ବିଜ୍ଞାନୀ ତଥା ରେଡକ୍ରସ୍ ଏକ୍ସକ୍ୟୁଟିଭ ସଭ୍ୟ ଡଃ.ରୁଷି ପଟ୍ଟନାୟକ ଓ ଦିଲୀପ ଦାସ ଶର୍ମା, ଜାଭିୟର ବିଶ୍ୱବିଦ୍ୟାଳୟର ରେଜିଷ୍ଟର, ଏନ.ଏସ.ଏସ ର ପ୍ରୋଗ୍ରାଗ କୋଡ଼ିନେଟର ସିଦ୍ଧାର୍ଥ ମିଶ୍ର ,ଜଟଣୀ ଥାନା ଆଇ.ଆଇ.ସି ଶ୍ରୀ ଷ୍ଟାଲିନ ବିଶ୍ବାଳ, ଏସଆଇ ଶିବାନୀ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ। ଅପରାହ୍ନରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଜୀବନ ଜିନ୍ଦାବାଦ ଓ ସାଇବର କ୍ରାଇମ ସଚେତନତା କାର୍ଯୟକ୍ରମ ଅୟୋଜନ କରାଯାଇଥିଲା । ଏହି ବୈଠକରେ ଦୈତ୍ୟ ନଗରୀ ଅତିରିକ୍ତ ପୋଲିସ କମଶନର ଶ୍ରୀ ନରସିଂହ ଭୋଳ ମୂଖ୍ୟ ଅତିଥି , ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଉପ ପୋଲିସ୍ କମିଶନର ଶ୍ରୀ ମାନସ ଗଡ଼ନାୟକ ଯୋଗ ଦେଇ ଆଜିର ଦିନରେ ସାଇବର ଅପରାଧ ବଢ଼ି ବଢ଼ି ଚାଲିଛି। ଏହାକୁ ରୋକିବା କୁ ହୈଲେ ଜନସଚେତନତା ମୁଖ୍ୟ ଅସ୍ତ୍ର ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଭିନେତା ଓ ସମାଜ ବିଜ୍ଞାନୀ ତଥା ରେଡକ୍ରସ୍ ଏକ୍ସକ୍ୟୁଟିଭ ସଭ୍ୟ ଡଃ.ରୁଷି ପଟ୍ଟନାୟକ ଓ ଦିଲୀପ ଦାସ ଶର୍ମା, ଜାଭିୟର ବିଶ୍ୱବିଦ୍ୟାଳୟର ,ଏନ.ଏସ.ଏସ ର ପ୍ରୋଗ୍ରାଗ କୋଡ଼ିନେଟର ସିଦ୍ଧାର୍ଥ ମିଶ୍ର ଉପସ୍ଥିତ ଥିଲେ । ଏହି ଉତ୍ସବ ରେ ଜଟଣୀ ଥାନା ଆଇ.ଆଇ.ସି ଶ୍ରୀ ଷ୍ଟାଲିନ ବିଶ୍ବାଳ, ଏସଆଇ ଶିବାନୀ ନନ୍ଦ ମଧ୍ୟ ଯୋଗ ଦେଇଥିଲି । ଏହି ତିନୋଟି ଯାକ କାର୍ଯ୍ୟକ୍ରମ କୁ ବିଶ୍ଵବିଦ୍ୟାଳୟ ପରିସରରେ ଏନ ଏସ ଏସ ବିଭାଗର ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ପରିଚାଳିତ ହୋଇଥିଲା। ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୪/୨/୨୦୨୬--+୧୨,୪୫ Sakhigopal News,4/2/2026
