ads

Breaking News

ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ ୨୦୦୦ ମସିହା ମାଟ୍ରିକ ବ୍ୟାଚ୍ ର ବନ୍ଧୁ ମିଳନ

 
ପିପିଲି - ପିପିଲି ବ୍ଲକ୍ ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ ୨୦୦୦ ମସିହା ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀ ଙ୍କ  ପକ୍ଷରୁ ଦୀର୍ଘ ୨୫ ବର୍ଷ ପରେ ପ୍ରଥମଥର ପାଇଁ ଉତ୍ତରା ଉପକଣ୍ଠ ଧଉଳି ଗାର୍ଡେନ ଠାରେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମ ରେ ସମସ୍ତ ସାଙ୍ଗ ସାଥୀ ଏବଂ ତାଙ୍କ ପରିବାର ବର୍ଗଙ୍କୁ ମିଶାଇ ମୋଟ୍ ୩୫୦ ରୁ ଉର୍ଦ୍ଧ ବ୍ୟକ୍ତିଯୋଗଦେଇଥିଲେ। ସଭାର ଆରମ୍ଭରେ ଗତ ୨୫ ବର୍ଷ ମଧ୍ୟରେ ମୃତ୍ୟୁ ବରଣ କରିଥିବା ଛଅ ଜଣ ସହପାଠୀଙ୍କ ନିମନ୍ତେ ଏକ ସାମୁହିକ ନୀରବ ପ୍ରାର୍ଥନା କରାଯାଇଥିଲା । ବନ୍ଧୁମାନେ କେକ୍ କାଟି ରୌପ୍ୟ ଜୟନ୍ତୀ ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ।ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ପୂର୍ବରୁ ପ୍ରତିଯୋଗିତା କରାଯାଇ ଆୟୋଜିତ ଉତ୍ସବରେ ପୁରସ୍କୃତ କରାଯାଇଥିଲା।ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ପ୍ରଶାନ୍ତ ପ୍ରଧାନ,ସଞ୍ଜୟ ସାହୁ,ସୁରେଶ ମଲ୍ଲିକ,ମହେନ୍ଦ୍ର ପ୍ରଧାନ,କିଶୋର ଦାସ,ସତ୍ୟ ସୁନ୍ଦର ନାୟକ, ପିନାଲି ମହାନ୍ତି,କୁନି ଦାସ ଏବଂ ଅନ୍ୟ ସମସ୍ତ ସାଙ୍ଗସାଥୀ ମାନେ ଉପସ୍ଥିତ ରହି ଅତୀତରେ ଅଭୁଲା ମୂହୁର୍ତ୍ତକୁ ସାଉଁଟି ଥିଲେ । ଗୁରୁଜୀ ଗୁରୁ ମାଙ୍କ ଆଶୀର୍ବାଦ ତାଙ୍କ ଜୀବନକୁ ସରସ ଓ ମାର୍ଜିତ କରିଥିବା କଥା ସମସ୍ତେ ଆବେଗଭରା କଣ୍ଠରେ ପ୍ରକାଶ କରିଥିଲେ। ପରସ୍ପର ପରସ୍ପର ସହ ସୁଖ ଦୁଃଖରେ ସାମିଲ୍ ହେବା ଓ ସମାଜ ମଙ୍ଗଳ କାମରେ ନିଜ ନିଜକୁ ଜଡିତ କରିବା ପାଇଁ ସାଥୀମାନେ ଶପଥ ନେଇଥିଲେ  । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୯/୨/୨୦୨୬---୮,୧୦ Sakhigopal News,9/2/2026

ads

Blog Archive

Popular Posts