ଛାତ ଉପରେ ସୋଲାର ପ୍ୟାନେଲ୍ ; ୭ ହଜାରରୁ ଉର୍ଦ୍ଧ୍ୱ ଗ୍ରାହକ ପାଇଲେ ଶୂନ ବିଦ୍ୟୁତ୍ ବିଲ୍
ସମ୍ବଲପୁର, ---- ଗ୍ରାହକ ସଶକ୍ତିକରଣ ଏବଂ ସବୁଜ ଶକ୍ତି ପ୍ରତି ଦୃଢ଼ ପ୍ରତିବଦ୍ଧତା ପ୍ରଦର୍ଶନ ପୂର୍ବକ, ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଲୋକପ୍ରିୟ ହେବାକୁ ଯାଉଛି।କମ୍ପାନୀ ପକ୍ଷରୁ ପ୍ରଚଳିତ ଏହି ଯୋଜନାର ଏକ ଅଂଶ ‘ଉଲା ମଡେଲ’ ଅଧିନରେ ଛାତ ଉପରେ ସୋଲାର ପ୍ୟାନେଲ ସ୍ଥାପନରେ ଗୁରୁତ୍ୱପୂର୍ଣ୍ଣ ମାସିକ ଅଭିବୃଦ୍ଧି ରେକର୍ଡ କରାଯାଇଅଛି । ଏହି ସୋଲାର ପ୍ୟାନେଲ ସ୍ଥାପନ କରିବା ପରେ ପ୍ରାୟ ୫୬ ପ୍ରତିଶତରୁ ଉର୍ଦ୍ଧ୍ୱ ଗ୍ରାକହଙ୍କ ଗତ ଜାନୁୟାରୀ ମାସରେ ବିଦ୍ୟୁତ୍ ବିଲ୍ ଶୂନ୍ ହୋଇଯାଇଛି ।
ଟିପିଡବ୍ଲୁଓଡିଏଲର ବିତରଣ କ୍ଷେତ୍ରରେ, ଏପର୍ଯ୍ୟନ୍ତ ମୋଟ ୧୩,୦୦୦ରୁ ଅଧିକ ଗ୍ରାହକ ନିଜ ଛାତ ଉପରେ ସୋଲାର ପ୍ୟାନେଲ ସ୍ଥାପନ କରିସାରିଛନ୍ତି । ରେକର୍ଡ କରାଯାଇଥିବା ତଥ୍ୟ ଅନୁସାରେ, ଗତ ଜାନୁଆରୀ ମାସରେ ୭,୨୯୭ ଜଣ ଗ୍ରାହକଙ୍କ ବିଦ୍ୟୁତ୍ ବିଲ୍ ଶୂନ୍ୟ-ୟୁନିଟ୍ ରେକର୍ଡ କରାଯାଇଛି ।
ଗତ ଡିସେମ୍ବର ୨୦୨୫ରେ ଶୂନ ବିଦ୍ୟୁତ୍ ବିଲ୍ ପାଇଥିବା ଗ୍ରାହକଙ୍କ ସଂଖ୍ୟା ୧୭୭ ଥିବାବେଳେ ଜାନୁଆରୀ ୨୦୨୬ରେ ଏହି ସଂଖ୍ୟା ପାଞ୍ଚ ଗୁଣରୁ ଅଧିକ ବୃଦ୍ଧି ପାଇ ୯୭୯ ଜଣରେ ପହଞ୍ଚିସାରିଛି । ଯାହା ଏହି ଯୋଜନାର ପ୍ରତ୍ୟକ୍ଷ ଆର୍ଥିକ ଲାଭକୁ ପ୍ରତିଫଳିତ କରୁଅଛି ।
ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ସୋଲାର ପ୍ୟାନେଲ ସ୍ଥାପନ କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଆର୍ଥିକ ସହାୟତା ଉପଲବ୍ଧ ରହିଅଛି । ପ୍ରାୟ ୨ ଲକ୍ଷ ଟଙ୍କାର ମୂଲ୍ୟର ୩ କିଲୋୱାଟ୍ ସୋଲାର ପ୍ୟାନେଲ ସ୍ଥାପନ କଲେ ଜଣେ ଗ୍ରାହକଙ୍କୁ ପ୍ରାୟ ୧.୩୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳୁଅଛି । ସେହିଭଳି ପ୍ରାୟ ୧.୪୦ ଲକ୍ଷ ଟଙ୍କା ମୂଲ୍ୟର ୨ କିଲୋୱାଟ୍ ସୋଲାର ପ୍ୟାନେଲ ସ୍ଥାପନ ଦ୍ୱାରା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କଠାରୁ ମିଳିତ ଭାବରେ ପ୍ରାୟ ୧.୧୦ ଲକ୍ଷ ଟଙ୍କାର ସହାୟତା ମିଳୁଅଛି । ଯାହା ପ୍ରତି ଘରର ବିଦ୍ୟୁତ୍ ସଂଯୋଗ ଏବଂ ସୋଲାର ପ୍ୟାନେଲ ସଂଯୋଗ ମଧ୍ୟରେ ସମନ୍ୱୟ ରକ୍ଷା କରି ସଠିକ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ୍ ବ୍ୟବହାରର ହିସାବ ସୁନିଶ୍ଚିତ କରିଥାଏ । ବର୍ଦ୍ଧିତ ଗ୍ରାହକ ଅଂଶଗ୍ରହଣ ଏବଂ ମାସିକ ଅଭିବୃଦ୍ଧି ସହିତ, ଟିପିଡବ୍ଲୁଓଡିଏଲ ପଶ୍ଚିମ ଓଡ଼ିଶାର ସୁଲଭ, ସ୍ଥାୟୀ ଏବଂ ଗ୍ରାହକ-କୈନ୍ଦ୍ରିକ ସୌର ଶକ୍ତି ଗ୍ରହଣ ଦିଗରେ ପରିବର୍ତ୍ତନକୁ ଆଗେଇ ନେବାରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ସମ୍ବଲପୁର ରୁ ରାଜାରାମ ଷଡ଼ଙ୍ଗୀଙ୍କ ରିପୋର୍ଟ,୨୧/୨/୨୦୨୬--+୭,୪୫ Sakhigopal News,21/2/2026
