ads

Breaking News

ସତ୍ୟବାଦୀ ରେ ଜିଲ୍ଲା ସ୍ତରୀୟ ଜଣ ଶୁଣାଣିରେ ୫୪ଟି ଅଭିଯୋଗ,ଫଇସାଲା ୪ ; ଜନସାଧାରଣ ଖରାରେ ଆଉଟ୍ ପାଉଟୁ, ପ୍ରଶାସନିକ ଅଧିକାରୀ ମାନେ ଶୀତତାପ ନିୟନ୍ତ୍ରିତ କକ୍ଷରେ


ସାକ୍ଷୀଗୋପାଳ ----ବହୁଦିନ ପରେ ସତ୍ୟବାଦୀ ବ୍ଳକର ପଞ୍ଚାୟତ ସମିତି ସଭାଗୃହରେ ମିଳିଚ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ବ୍ଳକର ବିଭିନ୍ନ ପଞ୍ଚାୟତରୁ ୫୪ ଗୋଟି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ୪ଗୋଟି ଅଭିଯୋଗ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ତୁରନ୍ତ ସମାଧାନ କରିଥିଲେ। ତିନି ଜଣଙ୍କୁ ତିନି ଚକିଆ ହୁଇଲସାଇକେଲ ଓ ଜଣଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରିଥିଲେ। ଏହି ଜନଶୁଣାଣି ରେ ଏସପି ପ୍ରତୀକ ସିଂ,ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ଏଡିଏମ୍ ଶରତ ଚନ୍ଦ୍ର ବେହେରା,ଭିଡିଓ ଗୋ ପ୍ରିୟରଞ୍ଜନ ପୃଷ୍ଟି, ସିଡିଏମଓ ରୂପାଭାନୁ ମିଶ୍ର, ଏସଡିପିଓ ଦେବାଶିଷ ମିଶ୍ର, ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା,ବିଡିଓ ଦେବାଶିଷ ନାୟକ, ସତ୍ୟବାଦୀ ଥାନା ଅଧିକାରୀ ସୈମ୍ୟରଞ୍ଜନ ମହାଲିକା, ଅତିରିକ୍ତ ତହସିଲଦାର ଓମ ପ୍ରକାଶ ପରିଡା ପ୍ରମୁଖ ଉପସ୍ଥିତ ରହି ଜନଶୁଣାଣି କରିଥିଲେ। ପାନୀୟ ଜଳ, ଆବାସ ଯୋଜନା, ଭତ୍ତା, ରାସ୍ତା, ସ୍ବାସ୍ଥ୍ୟ, ଶିକ୍ଷା ଆଦି ବିଷୟରେ ଅଭିଯୋଗ ଗୁଡିକ ଆସିଥିଲା । ବିଶେଷକରି ନରେନ୍ଦ୍ରପୁର ପୂର୍ବତନ ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ଅନ୍ତୋଦୟ ଗୃହ ଯୋଜନା, ଜିଲ୍ଲା ପରିଷଦର ଅର୍ଥ ସଠିକ୍ କାମ ହୋଇଥିଲେ ମଧ୍ୟ ବ୍ଳକ ରୁ ଅର୍ଥ ପୈଠ ନ ହେବା ସେହିପରି ପାନୀୟଜଳ ଯୋଗାଣକୁ ନେଇ ଅଭିଯୋଗ କରିଥିଲେ। ସେହିପରି କଳିଙ୍ଗ ବିହାରର ବରିଷ୍ଠ ନାଗରିକ ମାନେ ପାନୀୟ ଜଳ ଯୋଗାଣ ପାଇଁ ଅଭିଯୋଗ କରିଥିଲେ। ସେହିପରି ଜୟପୁର ପଞ୍ଚାୟତ ର ନାଏବ ସରପଞ୍ଚ ସେବକ ସାହି ରାସ୍ତା ନିର୍ମାଣ କରିବା ପାଇଁ ଏକ ଦାବିପତ୍ର ଦେଇଥିଲେ। ମାତ୍ର ଜିଲ୍ଲାପାଳ ଙ୍କ ମନଖୁସି କରିବା ପାଇଁ  ସତ୍ୟବାଦୀ ବ୍ଳକ ରେ ଅନେକ ଦିନ ପଡିରହିଥିବା ହୁଇଲ ସାଇକେଲ ତିନୋଟି ବଣ୍ଟନ କରାଯାଇ ବାହାବା ନେଉଛନ୍ତି ବ୍ଳକ ପ୍ରଶାସନ ବୋଲି ଆଲୋଚନା ହେଉଛି। ସେହିପରି ଜନସାଧାରଣ ଅଭିଯୋଗ କରିବାକୁ ଆସିଥିବା ସାଧାରଣ ଲୋକମାନେ ଖରାରେ ଡହଳବିକଳ ହେଉଥିବା ବେଳେ ଜିଲ୍ଲା ପ୍ରଶାସନ ଶୀତତାପ ନିୟନ୍ତ୍ରିତ କକ୍ଷରେ ବସିକି ଜନଶୁଣାଣି କରିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୩/୨/୨୦୨୬---୮,୩୫ Sakhigopal News,23/2/2026

ads

Blog Archive

Popular Posts