ସତ୍ୟବାଦୀ ପୋଲିସ ପକ୍ଷରୁ ଆଳିସ ପଞ୍ଚାୟତରେଆମ ପୋଲିସ କାର୍ଯ୍ୟକ୍ରମ
ସାକ୍ଷୀଗୋପାଳ ----ପୁରୀ ଜିଲ୍ଲା ସତ୍ୟବାଦୀ ପୋଲିସ ପକ୍ଷରୁ ଆଳିସ ପଞ୍ଚାୟତରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ଶୁକଳ ଓ ଆଳିସ ଗ୍ରାମ ପଞ୍ଚାୟତ ର ଅଧିବାସୀ ମାନେ ଯୋଗ ଦେଇଥିଲେ। ଏହି ବୈଠକରେ ସ୍ବାସ୍ଥ୍ୟ, ଶିକ୍ଷା ସହିତ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ କିପରି ସୁସମ୍ପର୍କ ରହିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଅତିରିକ୍ତ ଏସପି ସଚିନ ପଟେଲ, ଏସଡିପିଓ ଦେବାଶିଷ ମିଶ୍ର, ସତ୍ୟବାଦୀ ଥାନା ଅଧିକାରୀ ସୈମ୍ୟରଞ୍ଜନ ମହାଲିକାଙ୍କ ସହ ସ୍ଥାନୀୟ ସରପଞ୍ଚ ଯୋଗଦେଇଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୭/୨/୨୦୨୬----୪,୨୦ Sakhigopal News ,27/2/2026
.
