ads

Breaking News

ବାଛେରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୁରାତନ ଶ୍ରେଣୀ ଗୃହକୁ ଭାଙ୍ଗି ମେଳଣ ପଡିଆରେ ମିଶାଇ ଦେବାପାଇଁ କିଛି କୁ ଚକ୍ରୀ ଗ୍ରାମବାସୀଙ୍କ ଉଦ୍ୟମ



ଜଟଣୀ :-ଅସୁରକ୍ଷିତ ହୋଇ ପଡିଛି ବାଛରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ l ସୂଚନା ମୁତାବକ ବାଛରା ଗ୍ରାମର କିଛି କୁ ଚକ୍ରୀ ବ୍ୟକ୍ତି ଏବଂ ବିଦ୍ୟାଳୟର ସ୍କୁଲ ମ୍ୟାନେଜମେଣ୍ଟ କମିଟିର କିଛି ଅସାଧୁ ବ୍ୟକ୍ତି ମିଳିତ ଭାବେ ବିଦ୍ୟାଳୟର ପୁରାତନ ଶ୍ରେଣୀଗୃହକୁ ଭାଙ୍ଗି ବିଦ୍ୟାଳୟ ସଲଗ୍ନ ମେଳଣ ପଡିଆରେ ମିଶାଇବାର ଯୋଜନା କରି ବିଦ୍ୟାଳୟର ସୁରକ୍ଷା ପାଚେରୀ ଏବଂ ବାରଣ୍ଡା ଭଙ୍ଗା ଯାଇଥିବା ଅଭିଯୋଗ ହୋଇଛି l ବିଦ୍ୟାଳୟ ପାଚେରୀ ଭାଙ୍ଗିବା ପାଇଁ ଗ୍ରାମବାସୀଙ୍କ ପାଖରେ  ସରକାରଙ୍କ ଶିକ୍ଷାବିଭାଗ ପକ୍ଷରୁ କୌଣସି ଅନୁମତି ନ ଥିବା ଅଭିଯୋଗ ହେଉଛି l ଏହି ଭଙ୍ଗା ଯିବା ଘଟଣା ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ପଚାରିବରୁ ଏହି ବାବଦରେ ଜାଣି ନଥିବା ପ୍ରକାଶ କରିଥିଲେ l ଦୁଃଖର ବିଷୟ ବିଦ୍ୟାଳୟର ମୁଖ୍ୟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ହାତରେ ବିଦ୍ୟାଳୟର ସମସ୍ତ ଦାୟିତ୍ୱ ଥିବା ବେଳେ ବିଦ୍ୟାଳୟର ପାଚେରୀ ଭଙ୍ଗା ଘଟଣା ଜଣାନଥିବା ବୁଦ୍ଧିଜୀବୀଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି l ଆଶ୍ଚର୍ଯ୍ୟ ର ବିଷୟ ବିଦ୍ୟାଳୟର ଉନ୍ନତି ମୂଳକ କାର୍ଯ୍ୟ ନିମନ୍ତେ କୌଣସି ସରକାରଙ୍କ ତରଫରୁ ଅନୁଦାନ ଆସିନଥିବା କଥା କହିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ l  ଗ୍ରାମର କୋମଳମତି ଶିଶୁଙ୍କ ଭବିଷ୍ୟତ କଥା ଚିନ୍ତା ନ କରି  କିଛି କୁଚକ୍ରୀ ଗ୍ରାମବାସୀଙ୍କ ଏଭଳି ନିମ୍ନ ମାନର ଚିନ୍ତାକରିବା କେତେଦୂର ଯାତାର୍ଥ ତାହା ବୁଦ୍ଧିଜୀବୀଙ୍କ ମତ l ବିଦ୍ୟାଳୟରେ ଅଭିଜ୍ଞ ଶିକ୍ଷକଙ୍କ ଅଭାବ, ପାନୀୟ ଜଳ ସମସ୍ୟା, ଛାତ୍ରଛାତ୍ରୀଙ୍କ ଶୌଚାଳୟ, ସମ୍ପୂର୍ଣ୍ଣ ସୁରକ୍ଷା ପାଚେରୀ ଭଳି ଅନେକ ସମସ୍ୟା ଘେରରେ ବିଦ୍ୟାଳୟ l ବିଦ୍ୟାଳୟରେ ସମୁଦାୟ ୧୫୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ସ୍ଥଳେ ୫ ଟି ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ନେଇ ଶିକ୍ଷାଦାନ ବ୍ୟବସ୍ଥା ଚାଲିବା ଅତି ଦୁଃଖର ବିଷୟ l ବିଦ୍ୟାଳୟର ପରିଚାଳନା ପାଇଁ ସରକାରଙ୍କ ଶିକ୍ଷାବିଭାଗ ଦ୍ୱାରା ଗଠିତ ବିଦ୍ୟାଳୟ ପରିଚାଳନା କମିଟି,ପିତାମାତା ଶିକ୍ଷକ ସଂଗଠନରେ ଥିବା ସଦସ୍ୟ ମାନଙ୍କ ଦୁର୍ବଳ ମନୋଭାବ ଏବଂ  ଅପାରଗତା ପାଇଁ ଆଜି ଗ୍ରାମର ବିଦ୍ୟାଳୟର ଦୟନୀୟ ଅବସ୍ଥାରେ l  ଗ୍ରାମର ଅନେକ ବରିଷ୍ଠ ନାଗରିକ ତଥା ବୁଦ୍ଧିଜୀବୀ ଏହି ଘଟଣାକୁ ନା ପସନ୍ଦ କରିବା ସଙ୍ଗେ ସଙ୍ଗେ ଏହାର ଘୋର ନିନ୍ଦା ମଧ୍ୟ କରିଛନ୍ତି l ଯଦି ଏପରି କାର୍ଯ୍ୟରୁ ନିବୃତ ନ ହୁଅନ୍ତି ତେବେ ଏହି ଘଟଣା ବାବଦରେ ଜିଲ୍ଲାପାଳ, ଗୋଷ୍ଠୀ ଶିକ୍ଷାଧିକାରୀ, ପୌରନିର୍ବାହୀ ଅଧିକାରିଣୀ, ବ୍ଲଜ ଉନ୍ନୟନ ଅଧିକାରୀ,ନୂତନ ସରକାରଙ୍କ ଅଭିଯୋଗ ପ୍ରକୋଷ୍ଠକୁ ତଥା  ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିବେ ବୋଲି ଗ୍ରାମବାସୀ ନିଜର ମତ ପ୍ରକାଶ କରିଛନ୍ତି l  ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏଥିରେ ହସ୍ତକ୍ଷେପ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ଜଣାଇଛନ୍ତି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୪/୨/୨୦୨୬---୮,୩୫ Sakhigopal News,14/2/2026

ads

Blog Archive

Popular Posts