ads

Breaking News

ରାଜ୍ୟସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା : ବରଗଡ଼ ୧-୦ ବିଜୟୀ


ବାଲିଗୁଡ଼ା,- ବାଲିଗୁଡ଼ା ଉପଖଣ୍ଡ କ୍ରୀଡ଼ା ସଂଘ ଆନୁକୂଲ୍ୟରେ  ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ରେ  ରାଜ୍ୟସ୍ତରୀୟ ଫୁଟବଲ ଚାମ୍ପିଅନସିପ୍‌ ଅବସରରେ ଏକ ମହିଳା ପ୍ରଦର୍ଶନୀ ଫୁଟବଲ  ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି | ଏହି ମହିଳା ଫୁଟବଲ ପ୍ରତିଯୋଗିତା ଟି ବରଗଡ ଏକାଦଶ ଓ ଭୁବନେଶ୍ୱର ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା |ଏହି ଚିତାକର୍ଷକ ଫୁଟବଲ ମ୍ୟାଚ ରେ ବରଗଡ଼ ଟିମ ୧-୦ ଗୋଲ ରେ ଭୁବନେଶ୍ୱର ଦଳକୁ ପରାସ୍ତ କରି ବିଜୟୀ ଲାଭ କରିଥିଲା | ଖେଳ ରେ  ମୂଖ୍ୟ ଅତିଥି ରୂପେ ବିଜେଡି ଜିଲ୍ଲା  ସଭାପତି ଟୁନା ଦାସ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ|ଏଥିରେ ସମ୍ନାନିତ ଅତିଥିଭାବେ ବିଜେଡି ଜିଲ୍ଲା ସାଧରଣ ସମ୍ପାଦକ ପ୍ରମୋଦ କୁମାର ସାହୁ ଯୋଗ ଦେଇ ଥିଲେ| ଉପଖଣ୍ଡ କ୍ରୀଡା ସଂସଦ ଉପସଭାପତି ସତ୍ୟନାରାୟଣ ପାଢ଼ୀ, ସମ୍ପାଦକ ସୁଶାନ୍ତ ଦାସ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ | ଏଥିରେ ଯୁଗ୍ମସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ ଓ କୋଷାଧ୍ୟକ୍ଷ ରଞ୍ଜିତ କୁମାର ମହାନ୍ତି, କ୍ରୀଡା ସମ୍ପାଦକ ଶିବାନନ୍ଦ ପଟ୍ଟନାୟକ, ପରିଚାଳନାରେ ସହଯୋଗ କରିଥିଲେ | କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ, ୧୧/୨/୨୦୨୬---୮,୪୫ Sakhigopal News,11/2/2026

ads

Blog Archive

Popular Posts