ଫେରାର ଡେପୁଟି ରେଞ୍ଜର ଙ୍କ ଆତ୍ମସମର୍ପଣ :-ହାତୀ ମୃତ୍ୟୁ ଘଟଣା ଚପେଇଦେବା କୁ ପ୍ରୟାସ
କନ୍ଧମାଳ ---ବାଲିଗୁଡା ବନଖଣ୍ଡ ର ବେଲଘର ରେଞ୍ଜ ଝିରିପାଣି ସେକ୍ସନ ଅନ୍ତର୍ଗତ ମୁଣ୍ଡୁଟି ଜଙ୍ଗଲ ରେ ମୃତ ହାତୀ ର ଦେହ କେସିଙ୍ଗା ଅଞ୍ଚଳରୁ ଖଣ୍ଡ ବିଖଣ୍ଡିତ ଅବସ୍ଥା ରେ ଉଦ୍ଧାର ଘଟଣା ସେ ସମୟରେ ଆଚମ୍ବିତ କରିଥିଲା l
ନିଲମ୍ବିତ ଫେରାର ଡେପୁଟି ରେଞ୍ଜର ବିନୟ କୁମାର ବିଶି ଙ୍କ ବାଲିଗୁଡା ବନଖଣ୍ଡ କାର୍ଯ୍ୟାଳୟ ରେ ଆତ୍ମ ସମର୍ପଣ କରିଥିବା ସୂଚନା ମିଳିଛି l ବାଲିଗୁଡା ଡ଼ିଏଫଓ ଘନଶ୍ୟାମ ମହନ୍ତ ଙ୍କ ନିକଟରେ ବିନୟ କୁମାର ବିଶି ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି l ହାତୀ ମୃତ୍ୟୁ ଘଟଣା କୁ ଚପେଇଦେବାକୁ ଉଦ୍ୟମ କରି ୩୨ ଖଣ୍ଡ କରି କାଟି ପୋତି ଦେଇଥିଲେ ଫେରାର ଡେପୁଟି ରେଞ୍ଜର ବିନୟ କୁମାର ବିଶି l ଝିରିପାଣି ସେକ୍ସନ ର ମୁଣ୍ଡୁଟି ଜଙ୍ଗଲ ରୁ ହାତୀ ମୃତ ଦେହ ଆଣି ବେଲଘର କାଡାପାନା ନର୍ସରୀ ଓ ପରେ ନିଜ ଗାଁ କେନାଲ ନିକଟରେ ସାତ ଫୁଟ ମାଟି ଖୋଳି ପୋତିଦେଇଥିଲେ ଫେରାର ଡେପୁଟି ରେଞ୍ଜର l ଗତ ୧୯ ଜାନୁଆରୀ ରେ ଅନଧିକୃତ ପରିଚାଳନା ଓ ସ୍ଥାନାନ୍ତର ସହ ପ୍ରମାଣ କୁ ବିକୃତ କରିବା ନେଇ ଡେପୁଟି ରେଞ୍ଜର ଙ୍କୁ ନିଲମ୍ବିତ କରାଯାଇଥିଲା l ନିଲମ୍ବିତ ପରେ ଜାନୁଆରୀ ୨୦ ତାରିଖ ରୁ ଫେରାର ହୋଇଥିଲେ ଡେପୁଟି ରେଞ୍ଜର ବିନୟ କୁମାର ବିଶି l ଫେରାର ପରେ ଡେପୁଟି ରେଞ୍ଜର ବିନୟ କୁମାର ବିଶି ଙ୍କ ବିରୋଧ ରେ ଜାନୁଆରୀ ୨୨ ତାରିଖ ରେ ବନ୍ୟପ୍ରାଣୀ ଅପରାଧ ଆଇନ ଅନୁଯାୟୀ କେସ ନମ୍ବର ୭୨/୨୦୨୫-୨୬ ରେ ମାମଲା ରୁଜୁ କରାଯାଇଥିଲା l
ତେବେ ଦୀର୍ଘ ଏକ ମାସ ପରେ ଆଜି ଆତ୍ମ ସମର୍ପଣ କରିଥିବା ସୂଚନା ମିଳିଛି l ହାତୀ ମୃତ୍ୟୁ ଘଟଣା ରେ ସମସ୍ତ ପ୍ରକାର ତଦନ୍ତ ରେ ତଦନ୍ତକାରୀ ଅଧିକାରୀ ଙ୍କୁ ସହଯୋଗ କରିବାକୁ ଫେରାର ଡେପୁଟି ରେଞ୍ଜର ଆତ୍ମ ସମର୍ପଣ ପରେ କହିଥିବା ଜଣା ପଡିଛି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୨୪/୨/୨୦୨୬---୮,୪୫ Sakhigopal News,24/2/2026
