ads

Breaking News

ବିଜେପି ଏମ୍ସ ମଣ୍ଡଳ ପକ୍ଷରୁ "ମିଶ୍ରଣ ପର୍ବ ଓ ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ



ଜଟଣୀ --  ଆଜି ପୂର୍ବାହ୍ନରେ ଭାରତୀୟ ଜନତା ପାର୍ଟି ଏମ୍ସ ମଣ୍ଡଳ ପକ୍ଷରୁ ସ୍ଥାନୀୟ ପାତ୍ରପଡା ଭଗବାନ ପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ଏହି ମିଶ୍ରଣ ପର୍ବଟି ଭାରତୀୟ ଜନତା ପାର୍ଟିର ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ୱରଂଜନ ବଡ଼ଜେନା ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା l ଏହି ମିଶ୍ରଣ ପର୍ବରେ ଭାରତୀୟ ଜନତା ଦଳର ମୁଖ ପାତ୍ର ସୁଦୀପ୍ତ ରାୟ ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ ପ୍ରମ୍ମୁଖ ଯୋଗ ଦେଇଥିଲେ l ଏଥିରେ ଭାରତୀୟ ଜନତା ପାର୍ଟିର ଆହ୍ୱାନ "ସବକା ସାଥ ସବକା ବିକାଶ "ରେ ଅନୁପ୍ରାଣିତ ହୋଇ ୬୫ ନଂ ୱାର୍ଡ ପାତ୍ରପଡା ଭଗବାନପୁର ଏବଂ ନରସିଂହ ପୁରର ହଜାର ହଜାର କଂଗ୍ରେସ ଏବଂ ବଜେଡି କର୍ମୀ ସାମିଲ ହୋଇଥିଲେ l ଏହି ଅବସରରେ ଅନେକ ବ୍ୟକ୍ତି ବିଶେଷ ଏବଂ ସ୍ଥାନୀୟ ନେତୃବୃନ୍ଦ ଅନୁଷ୍ଠାନିକ ଭାବେ ବିଜେପିର ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଥିଲେ l ପାତ୍ରପଡା ଯୁବ ସଂଘଠନର ମୁଖ୍ୟ ମାନସ ରଞ୍ଜନ ପଟ୍ଟନାୟକ ଏବଂ ଚିତ୍ତରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୪/୨/୨୦୨୬---୮,୪୫ Sakhigopal News,24/2/2026

ads

Blog Archive

Popular Posts