ads

Breaking News

ସତ୍ୟବାଦୀ ରେ ଭାରତ ବନ୍ଦ ଆଂଶିକ ସଫଳ

ସାକ୍ଷୀଗୋପାଳ ----- ସତ୍ୟବାଦୀ ରେ ଭାରତ ବନ୍ଦ ଡାକରା ଆଂଶିକ ପ୍ରଭାବ ପଡିଥିବାର ଦେଖାଯାଇଥିଲା।ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ୧୨ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଘଟିକା ଠାରୁ ସଂଧ୍ୟା ୬ଘଟିକା ପର୍ଯ୍ୟନ୍ତ ଏହି ଡାକରା ଦିଆଯାଇଛି। ଏହି ସତ୍ୟବାଦୀ ରେ ସମସ୍ତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକ ଖୋଲା ରହିଥିଲା। କେତେକ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକ ସେମାନେ ସ୍ୱଇଚ୍ଛାରେ ଦୋକାନ ବଜାର ବନ୍ଦ କରିଥିଲେ। ପୁରୀ -- ଭୁବନେଶ୍ୱର ୩୧୬ନଂଜାତୀୟ ରାଜପଥ ବେସରକାରୀ ବସ୍ ଚଳାଚଳ ବନ୍ଦ ରହିଛି। ସରକାରୀ ବସ୍ ଗୁଡ଼ିକ ଚଳାଚଳ କରୁଥିବା ଦେଖାଯାଇଛି। ସତ୍ୟବାଦୀର ଅଲ୍ ଇଣ୍ଡିଆ କିଷାନ୍ କ୍ଷେତ୍ର ମଜଦୁର ସଂଗଠନର ନେତା ସୁବାସ ବରାଳଙ୍କ ତତ୍ବାବଧାନରେ ସଂଗଠନର ସଭାପତି ଶ୍ୟାମ ସୁନ୍ଦର ମହାପାତ୍ର ଓ ସମ୍ପାଦକ ହାଡ଼ିବନ୍ଧୁ ବେହେରାଙ୍କ ସହିତ ସୁବାସ ବେହେରା ଙ୍କ ସହ କର୍ମୀ ମାନେ ସାକ୍ଷୀଗୋପାଳ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖର ଫାଟକ  ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ। ସେହିପରି ସାକ୍ଷୀଗୋପାଳ ପୋଷ୍ଟ ଅଫିସ ,ଏଚଡିଏଫସିଆଇ ବ୍ୟାଙ୍କ ସହିତ ସତ୍ଯବାଦୀ ବ୍ଳକ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ବନ୍ଦ କରିଥିଲେ। ସେହିପରି ସତ୍ୟବାଦୀ ଅଙ୍ଗନବାଡି କର୍ମୀ ମାନେ ଏହି ଡାକାରାକୁ ସମର୍ଥନ ଜଣାଇ ସତ୍ୟବାଦୀ ବ୍ଳକ ସମ୍ବନିତ ମହିଳା ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବାର ଦେଖାଯାଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସତ୍ଯବାଦୀ ଥାନା ଅଧିକାରୀ ସୈମ୍ୟରଞ୍ଜନ ମହାଲିକା ଙ୍କ ତତ୍ୱାବଧାନରେ ବିଭିନ୍ନ ସ୍ଥାନରେ ପୋଲିସ ଉପସ୍ଥିତ ରହିଥିଲେ।
 ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୨/୨/୨୦୨୬----୧୧,୧୦ Sakhigopal News,12/2/2026

ads

Blog Archive

Popular Posts