ଆଙ୍କୋଇ ସଂଯୁକ୍ତ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ
ଡେଲାଙ୍ଗ--- ବିକଶିତ ସମାଜ ଓ ସମୃଦ୍ଧ ଭାରତ ଗଠନରେ ଏବେଠାରୁ ଛାତ୍ର ଛାତ୍ରୀଙ୍କୁ ସତ୍ ମାର୍ଗରେ ଗଢି ତୋଳିବାକୁ ଗଡ଼ ମୋଟରୀ ପଞ୍ଚାୟତ ଅନ୍ତର୍ଗତ ଆଙ୍କୋଇ ସରକାରୀ ସଂଯୁକ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବରେ ସ୍ଥାନୀୟ ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମତବ୍ୟକ୍ତ କରିଥିଲେ ।ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ଶଶିଭୂଷଣ ଛୋଟରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ପିପିଲି-ଡେଲାଙ୍ଗ ବିଧାୟକ ଶ୍ରୀ ପଟ୍ଟନାୟକଙ୍କ ସହ ମୁଖ୍ୟବକ୍ତା ଭାବେ ଡେଲାଙ୍ଗ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀ ଶତୃଘ୍ନ ବେହେରା ଯୋଗଦେଇ ସହଯୋଗ, ସହଭାଗିତା ଓ ଶୃଙ୍ଖଳା ହିଁ ବିଦ୍ୟାଳୟ ସାମଗ୍ରିକ ଉନ୍ନିତର ପ୍ରମୁଖ ଆଧାର ବୋଲି କହିଥିଲେ । ସମ୍ମାନୀତ ଅତିଥି ମୋଟରୀ ପଞ୍ଚାୟତର ସରପଞ୍ଚ ମାର୍କଣ୍ଡ ମଙ୍ଗରାଜ, ପଞ୍ଚାୟତ ସମିତି ସଭ୍ୟ ଲଲାଟ କେଶରୀ ସାମନ୍ତରାୟ, ବିଶ୍ବନାଥ ଦେବ ଆଞ୍ଚଳିକ ସାଧନ ସଂଯୋଜକ ବସନ୍ତ କୁମାର ସେଠୀ ଉପସ୍ଥିତ ରହି ଛାତ୍ରଛାତ୍ରୀମାନେ କିପରି ସମ୍ବଳଯୁକ୍ତ ,ଦେଶଭକ୍ତ ହୋଇ ଭାରତକୁ ପରମ ବୈଭବଶାଳୀ, ବିଶ୍ବ ଗୁରୁ କରିବାରେ ବ୍ରତୀ ହେବା ସମ୍ପର୍କରେ କହିଥିଲେ।ସମସ୍ତ ଭେଦଭାବ ଭୁଲି ଏକମନ,ଏକ ହୃଦୟରେ ଏକହୋଇ ଦେଶ ଓ ସମାଜକୁ ସୁନ୍ଦର କରି ଗଢି ତୋଳିବାରେ ସହଯୋଗ କରିବାକୁ ଅତିଥିମାନେ ଅନୁରୋଧ କରିଥିଲେ। ବର୍ଷୀୟାନ୍ ଶିକ୍ଷକ କୈଳାସ ରଥ ,ଶିକ୍ଷାବିତ୍ ଗଙ୍ଗାଧର ବରାଳ ବିଭିନ୍ନ ବିଦ୍ୟାଳୟରୁ ଆସିଥିଵା ଶିକ୍ଷକ ଅଭୟ ଚରଣ ସାହୁ, ଶ୍ରୀ ଅଭିମନ୍ୟୁ ସିଂହ,ଦ୍ବିତିକାନ୍ତ ପ୍ରଧାନ,ନାରାୟଣ ସେଠୀ ଉତ୍ସବରେ ଉତ୍ସାହିତ କରିଥିଲେ । ଶିକ୍ଷକ ଦିଲ୍ଲୀପ ବେହେରା ଅତିଥିପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ। ବିଦ୍ଯାଳୟର ପ୍ରଧାନ ଶିକ୍ଷକ କଳିଙ୍ଗ କେଶରୀ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଶିକ୍ଷକ ପ୍ରଭାତ କୁମାର ମଙ୍ଗରାଜ ଓ ଗୋବିନ୍ଦ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ବିଦ୍ଯାଳୟ ତରଫରୁ ମାଙ୍ଗୁପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଶାନ୍ତ ଦାସ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତପନ କୁମାର ମଲ୍ଲିକଙ୍କୁ ନିଜ ନିଜର ସୁକାର୍ଯ୍ୟ ଦକ୍ଷତା ପାଇଁ ମାନପତ୍ର ଓ ଉତରୀୟ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା। ନିମନ୍ତ୍ରିତ ଅତିଥିମାନଙ୍କୁ ପରିବେଶ ସଚେତନତା ପାଇଁ ଗୋଟିଏ ଲେଖାଏଁ ଗୁଆ ଗଛ ଦିଆଯାଇଥିଲା । ପଠାଣି ସାମନ୍ତ ଗଣିତ ମେଧାବୃତ୍ତିର କୃତି ଛାତ୍ର ଶୁଭମ୍ ସାମନ୍ତରାୟ ଓ ସମୀର କୁମାର ଛୋଟରାୟକୁ ମଞ୍ଚରେ ସମ୍ବର୍ଦ୍ଧନା ଦିଆଯାଇଥିଲା।ଛାତ୍ର ଛାତ୍ରୀଙ୍କ ଦ୍ଵାରା ପରିବେଷିତ ନିଶା ନିବାରଣ ସଚେତନ ଧର୍ମୀ କ୍ଷୁଦ୍ର ନାଟିକା, "ମୁଁ ବୋଧେ ତୋ ଭାଗ୍ଯରେ ନାହିଁ" ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା ବେଳେ "ଦୁଃଖର ଅଶ୍ରୁ "ନାଟକରେ ସମସ୍ତଙ୍କ ଆଖି ଛଳଛଳ ହୋଇଥିଲା ।କାର୍ଯ୍ୟକ୍ରମ ସୁପରିଚାଳନାରେ ଶିକ୍ଷୟିତ୍ରୀ ସୁଜାତା ହାଂସଦା, ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାହୁ,ଗୁରୁ ଟୁକୁନା ବେହେରା,ମାନସ ବେହେରା,ଝିନା ବେହେରା, ସଞ୍ଜୁକ୍ତା ସାହୁ ,ପ୍ରାକ୍ତନ ଛାତ୍ର ଛାତ୍ରୀ ଓ ଗ୍ରାମବାସୀବୃନ୍ଦ ସହଯୋଗ କରିଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୯/୨/୨୦୨୬--୮,୨୫
Sakhigopal News,9/2/2026
