ads

Breaking News

ଠାକୁରାଣୀ ମନ୍ଦିରକୁ ନେଇ ଗୋଷ୍ଠୀ ସଂଘର୍ଷ,;ଶତାଧିକ ମହିଳାଙ୍କ ଥାନା ଘେରାଉ, ରାସ୍ତା ଅବରୋଧ



ସତ୍ୟବାଦୀ - ----- ସତ୍ୟବାଦୀ ଥାନା ମୂଳଅଳସା ଗ୍ରାମ ପଞ୍ଚାୟତର ବଗୁଲାପାରି ଓ ତେନ୍ତୁଳିଆ ଗ୍ରାମ ମଧ୍ୟରେ ହୋଇଥିବା ଗୋଷ୍ଠୀ ବିବାଦ ସମାଧାନ ର ନା ଧରୁନି।  ଘଟିଥିବା ଗଣ୍ଡଗୋଳରେ ତେନ୍ତୁଳିଆ ଗ୍ରାମର ୧୦ରୁ ଉର୍ଦ୍ଧ୍ୱ ଆହତ ହୋଇଥିଲେ। ଆହତ ପକ୍ଷଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ବଗୁଲାପରିର ୪୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ନାମରେ କେଶ ନଂ - ୬୮/୨୦୨୬ରେ ଏକ ମାମଲା ରୁଜୁ କରି ୪ଜଣଙ୍କୁ ଗିରଫ କରି ଭାରତୀୟ ନ୍ୟାୟ ସଂହିତା ୨୯୬/୧୨୬(୨), ୧୧୫(୨), ୧୧୭(୨), ୧୦୯(୧), ୩୫୧(୨), ୧୯୦/୧୯୧(୨), ୧୯୧(୩) ଧାରାରେ କୋର୍ଟ ଚାଲାଣ କରିଛନ୍ତି। ଗିରଫ ବ୍ୟକ୍ତିମାନେ ହେଲେ ସୌମ୍ୟ ରଞ୍ଜନ ସୁକାରୀ (୧୯), ପ୍ରକାଶ ସୁକାରୀ (୪୦), ଆଶିଷ ସୁକାରୀ (୨୬), ପଞ୍ଚୁ ଶାସମଲ (୫୦)। ତେବେ ପୁଲିସର ଏହି ଗିରଫଦାରୀ ପ୍ରତିବାଦରେ  ବଗୁଲାପାରିର ଶତାଧିକ ମହିଳା ଥାନା ସମ୍ମୁଖରେ ଧାରଣା ଦେବା ସହ ତେନ୍ତୁଳିଆ ଗ୍ରାମବାସୀଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ସତ୍ୟବାଦୀ ପୋଲିସ ଏତଲା ରଖିବା ପରିବର୍ତ୍ତେ ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ର ସେମାନେ ଅଭିଯୋଗ କରି ୧ଘଣ୍ଟା ଧରି ଥାନା ସମ୍ମୁଖ ରାସ୍ତା ଅବରୋଧ କରିଥିଲେ। ଏହି ଘଟଣାରେ ତେନ୍ତୁଳିଆ ଗ୍ରାମବାସୀଙ୍କ ଆକ୍ରମାଣରେ ବଗୁଲାପାରି ଗ୍ରାମର ମଧ୍ୟ ୫ ଜଣ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆକ୍ରମାଣକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଗ୍ରାମବାସି ମାନେ ଦାବି କରିଛନ୍ତି। ପୋଲିସ ଏକପାଖିଆ କାର୍ଯ୍ୟାନୁଷ୍ଠାନ କରୁଛି ବୋଲି ସେମାନେ ଅଭିଯୋଗ କରିଥିଲେ। ମନ୍ଦିର ପାଖରେ ପୋଲିସ ମୁତୟନ ଥାଇବି ମନ୍ଦିରରୁ ନାରାୟଣୀଙ୍କ ମୂର୍ତ୍ତି କେମିତି ଚୋରି ହେଲେ, ମନ୍ଦିରରେ ନିଆଁ କିଭଳି ଲାଗିଲା ବୋଲି ସେମାନେ ପ୍ରଶ୍ନ କରିଥିଲେ। ଫଳରେ କିଛି ସମୟ ପର୍ଯ୍ୟନ୍ତ ଥାନା ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା। ୧ ଘଣ୍ଟା ଧରି ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଥିଲା। ଖବର ପାଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଓ ସତ୍ଯବାଦୀ ଥାନା ଆଇଆଇସି  ସୈମ୍ୟରଞ୍ଜନ ମହାଲିକା ଆନ୍ଦୋଳନ କାରୀ
 ମହିଳା ମାନଙ୍କ ସହିତ ଆଲୋଚନା କରି ସ୍ଥନୀୟ ନେତୃବୃନ୍ଦଙ୍କ ସହାୟତାରେ ଖୁବ ଶୀଘ୍ର ବିବାଦ ସମାଧାନ କରାଯିବ ବୋଲି କରିବା ପରେ ଅବରୋଧ ହଟାଇବା ସହ ସମାଧାନ ପାଇଁ ଆଲୋଚନା କରିଥିଲେ। ସୁଚନା ଯୋଗ୍ୟ ଯେ ପୋଲିସ କାର୍ଯ୍ୟାନୁଷ୍ଠାନ ଭୟରେ ବଗୁଲାପରି ଗାଁ ପୁରୁଷଶୂନ୍ୟ ହୋଇଯାଇଛି। ଏପରିକି ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ମଧ୍ୟ ଗାଁ ଛାଡି ପଳାଇବାକୁ ବାଧ୍ୟ ହୋଇଛନ୍ତି। ଏଭଳି ପରିସ୍ଥିତିରେ ମାଟ୍ରିକ ପାରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ପିଲାମାନେ ଘରେ ନ ରହିଲେ ଆଡମିଟ କାର୍ଡ କେମିତି ଆଣିବେ, ପରୀକ୍ଷା କେମିତି ଦେବେ, ସେ ନେଇ ମହିଳାମାନେ ଚିନ୍ତା ବ୍ୟକ୍ତ କରିଥିଲେ। ତେବେ ଆଇଆଇସି ସୌମ୍ୟରଂଜନ ମହାଲିକ ଓ ସତ୍ଯବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଉଭୟ ପକ୍ଷଙ୍କୁ ଶାନ୍ତି ରକ୍ଷା କରିବାକୁ ନିବେଦନ କରିଛନ୍ତି।  ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୮/୨/୨୦୨୬----୧୦,୧୫ Sakhigopal News,18/2/2026

ads

Blog Archive

Popular Posts