ads

Breaking News

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ୧୫ତମ ବାର୍ଷିକ ମହୋତ୍ସବ 'ଗଜଜ୍ୟୋତି-୨୦୨୬' ଅନୁଷ୍ଠିତ ; ସୁଦେଶ ଭୋସଲେଙ୍କ ସଙ୍ଗୀତ ନିଶାରେ ଝୁମିଲେ ଛାତ୍ରଛାତ୍ରୀ



ଜଟଣୀ : ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ  ଭୁବନେଶ୍ୱର କ୍ୟାମ୍ପସଠାରେ ତିନି ଦିନିଆ ୧୫ତମ ବାର୍ଷିକ ବୈଷୟିକ, ବିଜ୍ଞାନ, ପରିଚାଳନା ଓ ସାଂସ୍କୃତିକ ମହୋତ୍ସବ 'ଗଜଜ୍ୟୋତି-୨୦୨୬'ଅନୁଷ୍ଠିତ ହୋଇଯାଇଛି l ଏହି ମେଗା ଇଭେଣ୍ଟରେ ସାରା ଭାରତର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ହଜାର ହଜାର ଛାତ୍ରଛାତ୍ରୀ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।
ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବ ପିଢ଼ିର ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା । ସେମାନଙ୍କର ସୃଜନଶୀଳ ଚିନ୍ତାଧାରାକୁ ବାସ୍ତବ ରୂପ ଦେବା। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଛାତ୍ର କଲ୍ୟାଣ ବିଭାଗର ଡିନ୍ ଡଃ ସଙ୍ଗ୍ରାମ କେଶରୀ ସ୍ୱାଇଁ କହିଛନ୍ତି ଯେ, "ଗଜଜ୍ୟୋତି ହେଉଛି ଏକ ଅନ୍ତର୍ଜାତୀୟ ସ୍ତରର ମଞ୍ଚ ଯାହା ଛାତ୍ରଛାତ୍ରୀଙ୍କୁ କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନ ରଖି ବୈଷୟିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ଦକ୍ଷ କରିବାରେ ସାହାଯ୍ୟ
ମହୋତ୍ସବର ମୁଖ୍ୟ ଆକର୍ଷଣ:
ଉଦଘାଟନୀ ଦିବସରେ ବିଭିନ୍ନ ସ୍କୁଲ ଓ କଲେଜରୁ ୧୦୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। 'ମେଗା ସେଞ୍ଚୁରିଅନ୍ ଏକ୍ସପୋ', ଖାଦ୍ୟ ମହୋତ୍ସବ , ଓପନ୍ ମାଇକ୍ ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ କୁ ନେଇ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ୧୦୦ରୁ ଅଧିକ ବୈଷୟିକ ଓ ବୃତ୍ତିଗତ ପ୍ରତିଯୋଗିତା ଯଥା: କୋଡିଂ କୁଇଜ୍, ହ୍ୟାକାଥନ୍, ୱେଲଡିଂ, ଗ୍ରାଫିକ୍ସ ଡିଜାଇନ୍, ହେଲ୍‌ଥ କେୟାର, ଅଟୋ-ଟେକ୍ ଏବଂ ଟ୍ରେଜର ହଣ୍ଟ ଆଦି ଆୟୋଜନ କରାଯାଇଥିଲା।
 ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରିଏଟିଭ୍ ରାଇଟିଂ, କାହାଣୀ କହିବା ଏବଂ ଓରିଗାମି ଭଳି ପ୍ରତିଯୋଗିତା ମାଧ୍ୟମରେ ସୃଜନଶୀଳତାର ପରିପ୍ରକାଶ ଘଟିଥିଲା। ଉତ୍ସବର ଶେଷ ସନ୍ଧ୍ୟାରେ ବିଶିଷ୍ଟ ଭାରତୀୟ କଣ୍ଠଶିଳ୍ପୀ ଶ୍ରୀ ସୁଦେଶ ଭୋସଲେଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବିଭୋର କରିଥିଲା। ଏହା ସହିତ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କ ଦ୍ୱାରା ଆୟୋଜିତ ଫ୍ୟାଶନ ଶୋ’ ଏବଂ ନୃତ୍ୟ କାର୍ଯ୍ୟକ୍ରମ ମହୋତ୍ସବର ସୋଭା ବଢ଼ାଇଥିଲା। ଡଃ ସଙ୍ଗ୍ରାମ କେଶରୀ ସ୍ୱାଇଁ ଏବଂ ତାଙ୍କ ଟିମ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସମସ୍ତ କାର୍ଯ୍ୟକ୍ରମ ସଫଳତାର ସହ ପରିଚାଳିତ ହୋଇଥିଲା। ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୪/୨/୨୦୨୬----୮,୩୫ Sakhigopal News,14/2/2026

ads

Blog Archive

Popular Posts