ads

Breaking News

ଅଶ୍ବିନୀ ହସ୍ପିଟାଲ ପକ୍ଷରୁ “ହ୍ୟାଣ୍ଡସ୍ ଅଫ୍ ହୋପ୍, ଦି ଇମ୍ରେଡେବୁଲ ଜଷ୍ଠି ଅଫ୍ ଏ ରିପ୍ଲାଣ୍ଟେସନ୍ସର୍ଜନ” ପୁସ୍ତକ ଲୋକାର୍ପିତ



ଭୁବନେଶ୍ୱର :-: ଗୋଟିଏ ନୁହେଁ କି ଦୁଇଟି ନୁହେଁ ୫ହଜାର ରୁ ଉର୍ଦ୍ଧ୍ଵ କଟା ହାତ, ପାପୁଲି ଏବଂଆଙ୍ଗୁଳିକୁ ଯୋଡି ହଜାର ହଜାର ଲୋକଙ୍କୁ ନୂଆ ଜୀବନଦାନ ଜଣେ ପ୍ଲାଷ୍ଟିକ୍ ସର୍ଜନ ଦେବା ଘଟଣା ଶୁଣିଲେନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ। ତେବେ ଏହା ସତ୍ୟ ଓ ଓଡ଼ିଶାର ବିଶିଷ୍ଟ ପ୍ଲାଷ୍ଟିକ ସର୍ଜନ ଡାକ୍ତର ସୁବ୍ରତ କୁମାର ଜେନା ଏହା କରି ଏକ ନିଆରା ଦୃଷ୍ଟାନ୍ତ ସୃଷ୍ଟି କରିଥିବା ଜଣାପଡ଼ିଛି । ଅଶ୍ବିନୀ ହସ୍ପିଟାଲର ଚେୟାରମ୍ୟାନ ଡକ୍ତର ଜେନାଙ୍କ ଦ୍ଵାରା ଲିଖୁତ “ ହ୍ୟାଣ୍ଡସ୍ ଅଫ୍ ହୋପ, ଦି ଇନ୍‌କ୍ରେଡେବୁଲ ଜର୍ସି ଅଫ୍ ଏ ରିପ୍ଲାଣ୍ଟେସନ୍ ସର୍ଜନ"ପୁସ୍ତକ ଆଜି ରେଲ୍ ଅଡିଟୋରିୟମରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ପୁସ୍ତକଟି ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଚିକିତ୍ସକ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀଙ୍କ ସମେତ ବିଭିନ୍ନ ବର୍ଗର ଲୋକ ଯୋଗ ଦେଇଥିଲେ।ଏହି ଅବସରରେ ସର୍ଜନରୁ ରାଜନେତା ହୋଇଥିବା ଡକ୍ଟର ସମ୍ବିତ ପାତ୍ର, ସଫଦରଜଙ୍ଗ ହସ୍ପିଟାଲର ପ୍ଲାଷ୍ଟିକ୍ସର୍ଜରୀ ବିଭାଗର ପୂର୍ବତନ ନିର୍ଦ୍ଦେଶକ ତଥା “ଟେକ୍ସଟ୍ ବ୍ଲକ୍ ଅଫ୍ ପ୍ଲାଷ୍ଟିକ୍ ସର୍ଜରୀ"ର ମୁଖ୍ୟ ସମ୍ପାଦକ ପ୍ରଫେସର କରୁଣ ଅଗ୍ରୱାଲ, ଜାତୀୟ ସାହିତ୍ୟ ଏକାଡେମୀ ବାଲ ପୁରସ୍କାର ସମେତ ଅନେକ ସାହିତ୍ୟ ପୁରସ୍କାର ବିଜେତା ତଥା ପ୍ରଖ୍ୟାତ ସାହିତ୍ୟକ ଦାଶ ବେନହୁର, ଓଡ଼ିଶା ହେଲଥ ସାଇନସ୍ ବିଶ୍ଵବିଦ୍ୟାଳୟର କୁଳପତି ତଥାବିଶିଷ୍ଟ ସର୍ଜନ ପ୍ରଫେସର ମାନସ ରଞ୍ଜନ ସାହୁ, ଚିକିତ୍ସା ବିଜ୍ଞାନର ବିଶିଷ୍ଟ ବ୍ୟକ୍ତିତ୍ଵ ତଥା ପ୍ରଫେସର ପୂର୍ଣ୍ଣ ଚନ୍ଦ୍ରମହାପାତ୍ର, ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟର ପରିଫମିଂ ଆର୍ଟ୍ ଓ ସଂସ୍କୃତି ବିଭାଗର ଡିନ୍ପ୍ରଫେସର ରତିକାନ୍ତ ମହାପାତ୍ର, ଏସସିବି ମେଡ଼ିକାଲ କଲେଜର ପୂର୍ବତନ ମୁଖ୍ୟ ତଥା ପ୍ଲାଷ୍ଟିକ୍ ସର୍ଜରୀ ପ୍ରିନ୍ସିପାଲପ୍ରଫେସର ଫାଲଗୁନୀ ରାୟ ଆଦି ପ୍ରମୁଖ ଉପସ୍ଥିତ ଥିଲେ ।ଦୈନନ୍ଦିନ ଜୀବନର କାର୍ଯ୍ୟକଳାପ, କ୍ରୀଡ଼ା, ସଙ୍ଗୀତ, କଳା, ଜୀବିକା ଏବଂ ବ୍ୟକ୍ତିଗତ ରୁଚି ନିର୍ବାହରେ ହାତରଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ । ହଠାତ୍‌ ଦୁର୍ଘଟଣାରେ ହାତ ହରାଇବା ଜଣେ ବ୍ୟକ୍ତିଙ୍କ ପାଇଁ ଗଭୀର ମାନସିକ ଆଘାତ ସୃଷ୍ଟି କରେ। ଏହା ବ୍ୟକ୍ତିର ଜୀବନ ଅସ୍ଥିର କରିଦେବା ସହ ସ୍ଵପ୍ନ ଓ ଆଶାକୁ ଭାଙ୍ଗିଦେଇଥାଏ। କିନ୍ତୁଆଧୁନିକ ଚିକିତ୍ସା ବିଜ୍ଞାନରେ ଜଟିଳ ଶଲ୍ୟଚିକିତ୍ସା ମାଧ୍ୟମରେ କଟା ହାତକୁ ପୁଣି ଥରେ ଯୋଡ଼ିବା ସମ୍ଭବହୋଇଛି। ରିପ୍ଲାଣ୍ଟେସନ୍ ସର୍ଜରୀ ଭଳି ଉନ୍ନତ ପ୍ରଯୁକ୍ତି ବିଦ୍ୟା ଯୋଗୁଁ ଅନେକ ଲୋକ ଆମ୍ ବିଶ୍ବାସ ସହ ନୂତନଜୀବନ ଫେରି ପାଉଛନ୍ତି। |
 “ହ୍ୟାଣ୍ଡସ୍ ଅଫ୍ ହୋପ୍, ଦି ଇଡିବୁଲ ଜର୍ସି ଅଫ୍ ଏ ରିପ୍ଲାଣ୍ଟେସନ୍ ସର୍ଜନ" ପୁସ୍ତକଟି ପ୍ରଖ୍ୟାତ ପ୍ଲାଷ୍ଟିକ ଓମାଇକ୍ରୋ ସର୍ଜନ ଡ଼, ସୁବ୍ରତ ଜେନାଙ୍କ ଜୀବନ ଓ ଗତ ଚାରି ଦଶକ ଧରି ତାଙ୍କର ରିପ୍ଲାଣ୍ଟେସନ୍ ସର୍ଜରିର ଅନୁଭବ ଉପରେ ଆଧାରିତ। ଏହି ପୁସ୍ତକରେ ସତ୍ୟ ଘଟଣା ଓ ଚିତ୍ର ସହ ରୋଗୀମାନଙ୍କ ଜୀବନ କାହାଣୀଏବଂ ସଂଘର୍ଷକୁ ଦେଖାଯାଇଛି। ହାତ କିପରି ପୁନଃ ଯୋଡ଼ାଯାଏ ଓ ରୋଗୀଙ୍କୁ କଣ କଣ ଜାଣିବା ଦରକାର,ସେଗୁଡ଼ିକ ମଧ୍ୟ ଏଥିରେ ବୁଝାଇ ଦିଆଯାଇଛି। ଏହି ପୁସ୍ତକଟି କେବଳ ଚିକିତ୍ସା ବିଷୟରେ ନୁହେଁ, ବରଂସେଥ‌ିରେ ଥିବା ମଣିଷର ଯନ୍ତ୍ରଣା, ଆଶା ଓ ନୂଆ ଜୀବନର କଥାକୁ ମଧ୍ୟ ପ୍ରକାଶ କରିଛି । ଏହି ପୁସ୍ତକଟି କେବଳଡାକ୍ତରଙ୍କ ପାଇଁ ନୁହେଁ, ସାଧାରଣ ପାଠକଙ୍କ ପାଇଁ ମଧ୍ୟ ଉପଯୋଗୀ।ଦୁର୍ଘଟଣାରେ ଅଙ୍ଗ କଟିଯିବାରୁ ମଣିଷ କିପରି ଗଭୀର ମାନସିକ କଷ୍ଟ ଭୋଗେ ଏବଂ ଅଙ୍ଗ ପୁନଃ ଯୋଡ଼ାଯିବାପରେ ତାଙ୍କ ଜୀବନ କିପରି ସମ୍ପୂର୍ଣ୍ଣ ବଦଳିଯାଏ, ତାହାକୁ ଡ଼. ଜେନା ଏହି ପୁସ୍ତକରେ ଦର୍ଶାଇଛନ୍ତି। ଏହାମାଧ୍ୟମରେ ସେ ଯୁବ ପ୍ଲାଷ୍ଟିକ୍‌ ସର୍ଜନମାନଙ୍କୁ ରିପ୍ଲାଣ୍ଟେସନ୍ ସର୍ଜରୀ ଶିଖିବା ପାଇଁ ମଧ୍ୟ ପ୍ରେରଣା ଦେଇଛନ୍ତି ।ତାଙ୍କ ମତରେ, “ କଟିଯାଇଥବା ହାତକୁ ପୁନଃ ଯୋଡ଼ିଦେବା ମାନେ ଜଣେ ମଣିଷ ହରାଇଥିବା ନିଜର ସ୍ଵପ୍ନ,ଆତ୍ମସମ୍ମାନକୁ ପୁଣି ଥରେ ଫେରାଇ ଦେବା” । ପ୍ରତ୍ୟେକ ରୋଗୀଙ୍କ ପାଇଁ ସତ୍ୟନିଷ୍ଠ ପ୍ରୟାସ କରିବା ଜଣେଡାକ୍ତରଙ୍କ ମୁଖ୍ୟ କର୍ତ୍ତବ୍ୟ ବୋଲି ସେ କହିଛନ୍ତି ।ବିଜ୍ଞାନର ଅଦ୍ଭୁତ ସଫଳତା ଓ ଜଣେ ନିଷ୍ଠାବାନ ଡାକ୍ତରଙ୍କ ଦକ୍ଷତା ଅନେକ ଲୋକଙ୍କୁ ନୂଆ ଜୀବନ ଦେଇପାରେ। ଏହି ଦୃଷ୍ଟିକୋଣରୁ “ହ୍ୟାଣ୍ଡସ୍ ଅଫ୍ ହୋପ୍, ଦି ଇନ୍‌କ୍ରେଡିବୁଲ ଜଣ୍ଠି ଅଫ୍ ଏ ରିପ୍ଲାଣ୍ଟେସନ୍ସର୍ଜନ” ପୁସ୍ତକଟି ପ୍ରତ୍ୟେକ ପାଠକଙ୍କ ପୁସ୍ତକ ସଂଗ୍ରହରେ ରହିବା ଯୋଗ୍ୟ । ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୪/୨/୨୦୨୬---୯,୧୦ Sakhigopal News,24/2/2026

ads

Blog Archive

Popular Posts