ତିନି ଦିନିଆ ଓଡ଼ିଶୀ ନୃତ୍ୟ ଶିକ୍ଷା କର୍ମଶାଳା ଉଦଘାଟିତ
ସାକ୍ଷୀଗୋପାଳ ---- ପୁରୀ ଜିଲ୍ଲା ସତ୍ୟବାଦୀର ଅଗ୍ରଣୀ ଅନୁଷ୍ଠାନ ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟ ପରିସରରେ ଏକ ତିନି ଦିନିଆ ଓଡ଼ିଶୀ ନୃତ୍ୟ ଶିକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଗୁରୁ ରତିକାନ୍ତ ମହାପାତ୍ର, ଗୁରୁ ଲିଙ୍ଗରାଜ ସ୍ୱାଇଁ, ରାଜଶ୍ରୀ ପ୍ରହରାଜ , ଚିରସ୍ରୋତା ଖୁଣ୍ଟିଆ
ଙ୍କ ସହିତ ସତ୍ଯବାଦୀ ସଂଗିତ ମହାବିଦ୍ୟାଳୟର ସଭାପତି ଦୁର୍ଗା ପ୍ରସାଦ ମହାପାତ୍ର, ଉପସଭାପତି ବ୍ରଜ କିଶୋର ମହାପାତ୍ର ଓ ସମ୍ପାଦକ ବଦ୍ରିନାରାୟଣ ଖୁଣ୍ଟିଆ ଯୋଗ ଦେଇ ପ୍ରଭୁ ଜଗନ୍ନାଥଙ୍କ ଫଟୋ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ତାଲିମ ଶିବିରକୁ ଉଦଘାଟନ କରିଥିଲେ। ଏହି ତାଲିମ ଶିବିରରେ ୧୮ଜଣ ଓଡ଼ିଶା ନୃତ୍ୟ ଶିକ୍ଷା ଦେଉଥିବା ଓ ବିଭିନ୍ନ ସ୍ଥାନରେ ନୃତ୍ୟ ପରିବେଷଣ କରୁଥିବା କଳାକାର ମାନଙ୍କୁ ଗୁରୁ ରତିକାନ୍ତ ମହାପାତ୍ର ତାଲିମ ପ୍ରଦାନ କରିଛନ୍ତି । ବିଶେଷକରି ଆଜିର ଦିନରେ ବିଭିନ୍ନ ସ୍ଥାନରେ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଉଛି। ମାତ୍ର ନୃତ୍ୟ ପରିବେଷଣ କରୁଥିବା କଳାକାର ମାନେ ସଠିକ୍ ଭାବେ ନୃତ୍ୟ ପରିବେଷଣ କରୁନାହାନ୍ତି। ସେମାନଙ୍କ ଅଣ୍ଟା,ହାତ, ଗୋଡ଼, ପେଟ,କମର ଓ ପଛପଟ ସଠିକ୍ ଭାବେ ରହୁନାହିଁ। ଯାହା ଫଳରେ କି ଓଡ଼ିଶା ନୃତ୍ୟ ସଠିକ୍ ହୋଇନଥିବା ଜଣାପଡିଛି। ସେହିପରି କିଛି ଭୁଲ ସୁଧାରିବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି। ୪୯ ବର୍ଷରେ ପଦାର୍ପଣ କରିଥିବା ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟ କୁ ଗୁରୁ ରତିକାନ୍ତ ମହାପାତ୍ର ଚୟନ କରି ଏଠାରେ ତିନିଦିନିଆ ତାଲିମ ଶିବିର ଆୟୋଜନ କରିଥିବାରୁ ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ଖୁଣ୍ଟିଆ ଗୁରୁ ଶ୍ରୀ ମହାପାତ୍ର ଙ୍କୁ ଧନ୍ୟବାଦ ଜଣାଇବା ସହ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୭/୨/୨୦୨୬---୪,୪୫ Sakhigopal News,27/2/2026
