ads

Breaking News

ଦୁତୀୟ ଥର ସଭାପତି ହେଲେ ପ୍ରମୋଦ ରାଉତରାୟ


ସାକ୍ଷୀଗୋପାଳ ---- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ବିଜେଡି ଦଳର ସଭାପତି ଭାବେ ପ୍ରମୋଦ ରାଉତରାୟ ପୁର୍ନବାର ବ୍ଳକ ସଭାପତି ଭାବେ ନିଯୁକ୍ତି ହୋଇଛନ୍ତି। ତାଙ୍କ ଉପରେ ଦଳର ସୁପ୍ରିମୋ ଓ ଜିଲ୍ଲା ସଭାପତିଙ୍କ ଆସ୍ଥା ରହିଛି।ଏହି ଅବସରରେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଙ୍କ ସହିତ ଶୁକଳ ସମିତି ସଭ୍ୟ ବସନ୍ତ କୁମାର ବିଶ୍ୱାଳ, ଅଳସା ପଞ୍ଚାୟତ ର ସରପଞ୍ଚ ଦେବୀପ୍ରସାଦ ଘଟୁଆରୀ, ନରେନ୍ଦ୍ରପୁର ସମିତି ସଭ୍ୟା ଝରଣା ମଳିକ,ଦାସବିଦ୍ଯାଧରପୁର ସମିତି ସଭ୍ୟା ଶକୁନ୍ତଳା ପ୍ରଧାନ,ପେଣ୍ଠପଡା ସମିତି ସଭ୍ୟ ସୁମନ୍ତ ଘଟୁଆରୀ,ଦୁଗଲ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ପ୍ରକାଶ ଖଟୋଇ, ନରେନ୍ଦ୍ରପୁର ପୂର୍ବତନ ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର,ସୁବାଷ ପ୍ରଧାନ ପ୍ରମୁଖ ବିଜେଡି କର୍ମୀ ମାନେ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହାସହିତ ବିଜେଡି ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହିତ ବିଜେଡି ଦଳର ପୁରୀ ଜିଲ୍ଲାର ସଭାପତି ତଥା ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ସଂଞ୍ଜୟ ଦାସ ବର୍ମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୩/୨/୨୦୨୬---୭,୩୫ Sakhigopal News,23/2/2026

ads

Blog Archive

Popular Posts