ନାରାୟଣୀ ମନ୍ଦିର ଗୋଷ୍ଠୀ ସଂଘର୍ଷ ଘଟଣା ଶାନ୍ତି କମିଟି ବୈଠକରେ ତୁଟିଲା
ସତ୍ୟବାଦୀ - - ସ୍ଥାନୀୟ ମୂଳ ଅଳସା ପଞ୍ଚାୟତର ବଗୁଲାପରି ଓ ତେନ୍ତୁଳିଆ ଗ୍ରାମ ମଧ୍ୟରେ ଚାଲିଥିବା ବିବାଦ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶାନ୍ତି କମିଟି ବୈଠକରେ ସମାଧାନ ହୋଇଛି। ଏହି ବୈଠକ ତହସିଲ କାର୍ଯ୍ୟାଳୟ ଠାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟାଙ୍କ ପତିନିଧି ରଞ୍ଜନ କୁମାର ବରାଳ,ମୂଳ ଅଳସା ସରପଞ୍ଚ ଦେବୀ ପ୍ରଶାଦ ଘଟୁଆରୀ,ସମିତି ସଭ୍ୟା ଙ୍କ ପ୍ରତିନିଧି ମିଥୁନ ପ୍ରଧାନ, ଏସ୍ଡ଼ିପିଓ ଦେବାଶିଷ ମିଶ୍ର, ଆଇଆଇସି ସୌମ୍ୟ ରଞ୍ଜନ ମହାଲିକଙ୍କ ସମେତ ଉଭୟ ଗ୍ରାମର ୧୦ଜଣ ଲେଖାଏଁ ମୁରବୀ ଏବଂ କିଛି ଭଦ୍ରଲୋକ ଯୋଗ ଦେଇଥିଲେ।ମୁରବୀ ମାନଙ୍କ ଆପୋଷ ବୁଝାମଣା କ୍ରମେ ନାରାୟଣୀ ଠାକୁରାଣୀଙ୍କୁ ନେଇ ୨ଗାଁ ମଧ୍ୟରେ ଦୀର୍ଘ ବର୍ଷ ଧରି ଚାଲିଥିବା ବିବାଦ ଆଜି ସମାଧାନ ହୋଇଛି । ସୂଚନା ଅନୁଯାୟୀ ତେନ୍ତଳିଆ ଗ୍ରାମବାସୀଙ୍କ ମୌଜାରେ ଅବସ୍ଥିତ ମନ୍ଦିରକୁ ୭ଦିନ ମଧ୍ୟରେ ସ୍ଥାନାନ୍ତର କରାଯାଇ ବଗୁଲାପରି ଗ୍ରାମବାସୀ ଅନ୍ୟତ୍ର ନିର୍ମାଣ କରିବେ। ବର୍ତ୍ତମାନ ରହିଥିବା ମନ୍ଦିର ସ୍ଥାନରେ କୌଣସି ମନ୍ଦିର ନିର୍ମାଣ ଉଭୟ ଗ୍ରାମବାସୀଙ୍କୁ ବାରଣ କରାଯାଇଛି। ଉଭୟ ଗ୍ରାମର ଯେଉଁ ବ୍ୟକ୍ତିଙ୍କ ନାମରେ ୧୦୭ ନୋଟିସ ହୋଇଛି, ସେମାନେ ଆସି ତହସିଲଦାରଙ୍କ ଠାରୁ ଜାମିନ ହେବାପରେ ଘଟଣା ସ୍ଥଳରେ ମୁତୟନ ପୋଲିସ ବଳ ପ୍ରତ୍ୟାହାର କରାଯିବ ବୋଲି ଏଡିପିଓ ସୂଚନା ଦେଇଛନ୍ତି। ବୈଠକ ଉଭୟ ଗ୍ରାମବାସୀ ନିଜ ନିଜ ଭିତରେ ହାତ ମିଳେଇଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୧/୨/୨୦୨୭----୮,୪୫ Sakhigopal News,21/2/2026
