ads

Breaking News

ଆତ୍ମ ସମର୍ପଣ କୁ ନେଇ ମାଓ କଳି :-ମାଓବାଦୀ କୁ ହତ୍ୟା କଲେ ମାଓ ନେତା :-


ବାଲିଗୁଡା :କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଟକିମାହା ଗ୍ରାମ ନିକଟ ପକାରୀ ଜଙ୍ଗଲ ରୁ ଜଣେ ମାଓବାଦୀ ର ମୃତ ଦେହ ଉଦ୍ଧାର ହୋଇଛି l ଉଦ୍ଧାର ମୃତ ଦେହ ଡିଭିସି କ୍ୟାଡର ମାଓବାଦୀ ଛତିଶଗଡ ସୁକମା ର ଅନ୍ୱେଷ ଔରଫ ରେଣୁ ର  ହୋଇଥିବା କନ୍ଧମାଳ ଏସପି ସୂଚନା ଦେଇଛନ୍ତି  l ମୃତ ମାଓବାଦୀ ଅନ୍ୱେଷ  କେକେବିଏନ ଡିଭିଜନ୍ ର ସକ୍ରିୟ ଡିଭିସି କ୍ୟାଡର ରହିଥିଲେ l ମୃତ ଦେହ ଉଦ୍ଧାର ପରେ ଦାରିଙ୍ଗବାଡ଼ି ମେଡିକାଲରେ ଶବ ଗୃହ ରେ ରଖା ଯାଇଥିବା ବେଳେ ପରେ ବ୍ରହ୍ମପୁର ବଡ଼ ମେଡିକାଲ କୁ ଅଧିକ ତଦନ୍ତ ପାଇଁ ଫୋରେନସିକ ଲ୍ୟାବ କୁ ପଠା ଯାଇଛି l  ସୂଚନା ପ୍ରକାରେ ମାଓବାଦୀ  ଅନ୍ୱେଷ ମାଓ କାର୍ଯ୍ୟକାଳ ଛାଡ଼ି ମୁଖ୍ୟସ୍ରୋତ କୁ ଫେରିବାକୁ ଇଛା କରୁଥିବା ବେଳେ ତାକୁ ବିରୋଧ କରି ମାଓ ନେତା ଶୁକ୍ରୁ ତାଙ୍କ ସହଯୋଗୀ ଙ୍କ ସହ ମିଶି ଜାନୁଆରୀ ୨୯ ରେ ମାରି ପୋତି ଦେଇଥିଲେ l ତେବେ ପୋଲିସ ନିକଟରେ ଆତ୍ମ ସମର୍ପଣ କୁ ନେଇ ମାଓନେତା ଶୁକୃ ଓ ଅନ୍ୱେଷ ମଧ୍ୟରେ ମତାନ୍ତର ହୋଇଥିଲା l ଶେଷରେ ଶୁକୃ ଚେତାବନୀ ଦେବା ସହ ଅନ୍ୱେଷ କୁ ଗୁଳି କରି ହତ୍ୟା କରିବା ପରେ ଜଙ୍ଗଲ ରେ ମାଟି ତଳେ ପୋତି ଦେଇଥିଲା l  ମାର୍ଚ୍ଚ 31 ଡେଡ ଲାଇନ ସମୟ ପୂର୍ବରୁ ମାଓ ମୁକ୍ତ କନ୍ଧମାଳ ନେଇ ଏସପି ମାଓ ଅପରେସନ କଡାକଡି କରିବା ସହ କମ୍ବିଙ୍ଗ ଅପେରସନ ମଧ୍ୟ ଜାରୀ ରହିଛି l ଅନେକ ଟପ କ୍ୟାଡର ମାଓବାଦୀ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିବା ବେଳେ ଟପ ମାଓନେତା କୁ ମଧ୍ୟ ଏନକାଉଣ୍ଟର ରେ ନିହତ କରିଛି କନ୍ଧମାଳ ପୋଲିସ l ତେବେ ବର୍ତମାନ ପରିସ୍ଥିତି ରେ ଶୁକୃ ପୋଲିସ ଠାରୁ ବଞ୍ଚି ରହିଥିବା ବେଳେ କନ୍ଧମାଳ ପୋଲିସ ନିକଟରେ ଆତ୍ମ ସମର୍ପଣ କରିବା ସହ ସାଥି ମାଓବାଦୀ ଙ୍କୁ ମଧ୍ୟ ଆତ୍ମ ସମର୍ପଣ କରେଇ ମୁଖ୍ୟ ସ୍ରୋତ ରେ ସାମିଲ ହେବାକୁ କନ୍ଧମାଳ ଏସପି  ହରିଶ ବିସି  ଆହ୍ୱାନ ଦେଇଛନ୍ତି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡା,୨୪/୨/୨୦୨୬---୯,୩୫ Sakhigopal News,24/2/2026

ads

Blog Archive

Popular Posts