ବେଆଇନ ଭାବେ ଯୁବ କଂଗ୍ରେସ ଜାତୀୟ ସଭାପତି ଉଦୟ ଭାନୁ ଚିବଙ୍କ ଗିରଫ ପ୍ରତିବାଦରେ କୁଶପୁତ୍ତଳିକା ଦାହ ଓ ବିକ୍ଷୋଭ ପ୍ରଦର୍ଶନ
ସାକ୍ଷୀଗୋପାଳ ---- ବିଜେପି ସରକାର ଅଗଣତାନ୍ତ୍ରିକ ଓ ବେଆଇନ ଭାବେ ଯୁବ କଂଗ୍ରେସ ଜାତୀୟ ସଭାପତି ଉଦୟ ଭାନୁ ଚିବ୍ ଙ୍କ ଗିରଫ ପ୍ରତିବାଦ୍ ରେ ସାକ୍ଷୀଗୋପାଳ କଲେଜ ଛକ ଠାରେ ସତ୍ୟବାଦୀ ଯୁବ କଂଗ୍ରେସ ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ସହା, ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କୁଶ ପୁତ୍ତଳିକା ଦାହ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଚୀନ୍ ର ଗଲ ଗୋଟିଆ ବିଶ୍ବ ବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ଚାଇନା ରୋବ କୁକୁରକୁ ଆଣି କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଜ ଜ୍ଞାନ କୌଶଳ ରେ ନିର୍ମିତ ବୋଲି ନୂଆଦିଲ୍ଲୀ ଠାରେ ଆୟୋଜିତ ଏଆଇ ସମ୍ମିଳନୀରେ ପ୍ରଦର୍ଶିତ କରାଯାଇଥିଲା। କଂଗ୍ରେସ ଜାତୀୟ ଯୁବ କଂଗ୍ରେସ ସଭାପତି ଉଦୟ ଭାନୁ ଚିବଙ୍କ ନେତୃତ୍ବରେ ଶତାଧିକ ଯୁବ କଂଗ୍ରେସ କର୍ମୀ ପିନ୍ଧିଥିବା ପୋଷାକ ଖୋଲି ସରକାରଙ୍କ ବିରୁଦ୍ଧରେ ନାରାବାଜି ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଘଟଣାକୁ ନେଇ ଗଣତାନ୍ତ୍ରିକ ପଦ୍ଧତିରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଦିଲ୍ଲୀ ପୋଲିସ କଂଗ୍ରେସ ଜାତୀୟ ଯୁବ ସଭାପତି ଉଦୟ ଭାନୁ ଚିବ୍ ଙ୍କ ସମତେ ଯୁବ କଂଗ୍ରେସ କର୍ମୀ ଙ୍କୁ ଗିରଫ କରିଛି । ଏହି ବେଆଇନ ଗିରଫ ପ୍ରତିବାଦ ରେ ସତ୍ୟବାଦୀ ଯୁବ କଂଗ୍ରେସ ସଭାପତି ଲିପ୍ତି ରଞ୍ଜନ ପ୍ରଧାନ ଙ୍କ ନେତୃତ୍ବରେ ସତ୍ୟବାଦୀ କଲେଜ ଛକ ଠାରେ କୁଶ ପୁତ୍ତଳିକା ଦାହ କରାଯାଇ କେନ୍ଦ୍ର ସରକାରଙ୍କ ଆଇନ ବିରୋଧି ରାଜ୍ୟରେ ସମୋଳଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବ୍ଳକ୍ କଂଗ୍ରେସ ସଭାପତି ସୁବାସ ମହାପାତ୍ରଙ୍କ ସମତେ ଯୁବ କଂଗ୍ରେସ ର ସମ୍ପାଦକ ଲୋକନାଥ ନାୟକ, ତପନ ବେଜ୍, ପ୍ରାସାଦ ନାୟକ, ପ୍ରତାପ ପରିଡ଼ା, ଜଗନ୍ ଜେନା ଙ୍କ ସମତେ ଶତାଧିକ ଯୁବ କର୍ମି ଯୋଗ ଦେଇଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୮/୨/୨୦୨୬---୬,୪୦ Sakhigopal News,28/2/2026
