ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ସୁଚିତ୍ରା ଖଟୋଇ କବାଡି ଖେଳ ପାଇଁ ଚଣ୍ଡିଗଡ଼ ଗସ୍ତ
ସାକ୍ଷୀଗୋପାଳ ---- ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀ ବ୍ଳକ ର ସତ୍ଯବାଦୀ ଉଚ୍ଚ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ସୁଚିତ୍ର ଖଟୋଇ କବାଡି ଖେଳିବା ପାଇଁ ମନୋନୀତ ହୋଇଛନ୍ତି। ଅଲ୍ ଇଣ୍ଡିଆ ସିଭିଲ ସର୍ଭିସ କବାଡି ଟୁର୍ଣ୍ଣାମେଣ୍ଟରେ ଶ୍ରୀ ଖଟୋଇ ଭାଗ ନେବା ପାଇଁ କବାଡି ଗ୍ରାଉଣ୍ଡ ସ୍ପୋର୍ଟସ କମ୍ପ୍ଲେକ୍ସ ସେକ୍ଟଟର-୪୨ ଚଣ୍ଡିଗଡ଼। ସେଠାରେ ୯/୨/୨୦୨୬ରୁ ୧୪/୨ ତାରିଖ ପର୍ଯ୍ୟନ୍ତ କବାଡି ଖେଳ ଅନୁଷ୍ଠିତ ହେବ। ଏଥିରେ ସତ୍ୟବାଦୀ ବ୍ଳକର ଶ୍ରୀ ଖଟୋଇ ଖେଳିବାକୁ ଯାଉଥିବାରୁ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଫୁଲତୋଡ଼ା ଦେଇ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟ ପକ୍ଷରେ ଶ୍ରୀ ଖଟୋଇ ବିଭିନ୍ନ ଦିନରେ ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବେଶ ସୁନାମ ଅର୍ଜନ କରିଛନ୍ତି। ପ୍ରାୟ ଏଗାର ବର୍ଷ ଧରି ସେ ଅଲ୍ ଇଣ୍ଡିଆ ସିଭିଲ ସର୍ଭିସ କବାଡି ଟୁର୍ଣ୍ଣାମେଣ୍ଟରେ ଜଡ଼ିତ ରହିଛନ୍ତି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୦/୨/୨୦୨୬---୯,୩୫ Sakhigopal News,10/2/2026
