ads

Breaking News

ମନ୍ଦିରକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ,ଦଶରୁ ଅଧିକ ଆହତ



ସତ୍ୟବାଦୀ -  -  - ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ମୂଳଅଳସା ଗ୍ରାମ ପଞ୍ଚାୟତ ଅଧିନରେ ଥିବା ବଗୁଲାପାରି ଓ ତେନ୍ତୁଳିଆ ।  ଏହି ଦୁଇ ଗାଁ ମଧ୍ୟରେ ଏହି ବିବାଦ ବର୍ଷ ବର୍ଷ ଧରି ଲାଗିରହିଛି।  ବାରମ୍ବାର ଥାନାକୁ ମାମଲା ଆସିଥିଲେ ବି ସମାଧାନ ହୋଇପାରୁନି। ରାଜନୈତିକ ଉଦ୍ଦେଶ୍ୟ ରଖି ନାଁ ସରପଞ୍ଚ ନାଁ ବିଧାୟକ କେହି ବି ଏହି ବିବାଦ ସମାଧାନ ଦିଗରେ ପ୍ରୟାସ କରୁନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ସତ୍ୟବାଦୀ ଥାନା ଅନ୍ତର୍ଗତ ମୂଳଅଳସା ଗ୍ରାମ ପଞ୍ଚାୟତର ବଗୁଲାପାରି ଓ ତେନ୍ତୁଳିଆ ଗ୍ରାମ ମଧ୍ୟରେ ଆଜି ସଂଧ୍ୟାରେ ଗୋଷ୍ଠୀ ସଂଘର୍ଷ ଘଟି ୧୦ରୁ ଉର୍ଦ୍ଧ୍ୱ ଆହତ ହୋଇ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ ପୁରୀ ବଡ ଡାକ୍ତରଖାନାକୁ ପଠାଯାଇଥିବା ପୋଲିସ ସୁତ୍ରରୁ ଜଣାପଡିଛି। ଆହତ ମାନେ ହେଲେ ଗଦାଧର ବେହେରା (୫୨), ବିକ୍ରମ ପରିଡା (୩୯), ଅପର୍ତ୍ତି ବେହେରା (୪୨), ପ୍ରମୋଦ ପରିଡା, (୪୪) କାଞ୍ଚିକା କାବେରୀ ସାହୁ (୩୭), ସୁଦର୍ଶନ ବେହେରା (୫୫), ଚଞ୍ଚଳା ବେହେରା (୪୭), ସିଲୁ ସାହୁ (୨୮), ରଞ୍ଜନ କୁମାର ଜେନା (୧୬), ସୀତା ପ୍ରଧାନ (୪୭), ବାବୁନା ଭଟ (୨୮)। ଆହତମାନେ ସମସ୍ତେ ତେନ୍ତୁଳିଆ ଗ୍ରାମର ବୋଲି ଜଣାପଡିଛି।  ସୁଚନା ଯୋଗ୍ୟ ଯେ ଆଜି ସନ୍ଧ୍ୟାରେ ତେନ୍ତୁଳିଆ ଗ୍ରାମର ପ୍ରଭାତୀ ବେହେରା ଗାଁ ମୁଣ୍ଡ ଠାକୁରାଣୀ ମନ୍ଦିରକୁ ସନ୍ଧ୍ୟା ଦେବାପାଇଁ ଯିବାବେଳେ ବଗୁଲାପାରିର କିଛି ଗ୍ରାମବାସୀ ମାନେ ଟେକା ପଥର ଫୋପଡି ଥିଲେ । ଖବର ପାଇ ତେନ୍ତୁଳିଆ ଗ୍ରାମବାସୀ ମାନେ ସେଠାକୁ ଯିବାରୁ ବଗୁଲାପାରି ଗ୍ରାମବାସୀ ମାନେ  ମିଳିତ ଭାବେ କାଠ ଫାଳିଆରେ ଆକ୍ରମଣ କରିଥିବା ଥାନା ରେ ଅଭିଯୋଗ ହୋଇଛି।  ଖବରପାଇ ସତ୍ୟବାଦୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ତଦନ୍ତ ଆରମ୍ଭ କରିଛି । ୫ ଜଣଙ୍କୁ ଥାନାକୁ ଆଣି ପଚରା ଉଚରା ଜାରି ରଖିଛି। ବଗୁଲାପରି ଗ୍ରାମ ଏବେ ପୁରୁଷଶୁନ୍ୟ ଥିବା ଜଣାପଡିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୨/୨୦୨୬---୯,୨୫ Sakhigopal News,16/2/2026

ads

Blog Archive

Popular Posts