ads

Breaking News

ସତ୍ୟବାଦୀ ରେ ୧୧୦ତମ ପ୍ରବାଦପୁରୁଷ ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ପାଳିତ , ଆଗାମୀ ଦିନରେ ଏକ ହୋଇ ଲଡିବା ପାଇଁ ଆହ୍ୱାନ


ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ କାଦୁଆ ମେଳଣ ପଡିଆ ନିକଟରେ ୧୧୦ତମ ପ୍ରବାଦପୁରୁଷ ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସତ୍ୟବାଦୀ ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୁରୀ ଜିଲ୍ଲା ବିଜେଡି ସଭାପତି ତଥା ସତ୍ୟବାଦୀ ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା,ସତ୍ୟବାଦୀ ବ୍ଳକ ମହିଳା ସଭାନେତ୍ରୀ ତଥା ଅଳଗୁମ ସମିତି ସଭ୍ୟା ପୁଷ୍ପାଞ୍ଜଳି ବିଶ୍ବାଳ ,୩୧ନମ୍ବର ଜିଲ୍ଲା ପରିଷଦ ସଭ୍ୟ ନାରାୟଣ ରାଉତରାୟ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ମହୁରା ସମିତି ସଭ୍ୟ ପ୍ରେମାନନ୍ଦ ବେହେରା, କାଦୁଆ ପଞ୍ଚାୟତ ର ସରପଞ୍ଚ ଗାୟତ୍ରୀ ମହାପାତ୍ର, ନରେନ୍ଦ୍ରପୁର ସରପଞ୍ଚ ଗୈରାଙ୍ଗ ମଲିକ, ସମିତି ସଭ୍ୟା ଝରଣା ମଲିକ,ଅଳସା ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟାଙ୍କ ପ୍ରତିନିଧି ମିଥୁନ ପ୍ରଧାନ, ବୀରରାମଚନ୍ଦ୍ରପୁର ପଞ୍ଚାୟତ ର ସମିତି ସଭ୍ୟ ରାଜକିଶୋର ଭୋଇ,ବିଦ୍ୟାଧରପୁର ପଞ୍ଚାୟତର ସରପଞ୍ଚ ଦୁଃଶାସନ ପ୍ରଧାନ, ସମିତି ସଭ୍ୟ ପ୍ରଫୁଲ୍ଲ ପ୍ରଧାନ, ଶୁକଳ ସମିତି ସଭ୍ୟ ବସନ୍ତ ବିଶ୍ୱାଳ,ଦୁଗଲ ପଞ୍ଚାୟତ ର  ପୂର୍ବତନ ସରପଞ୍ଚ ପ୍ରକାଶ ଖଟୋଇ, ଜୟପୁର ସରପଞ୍ଚଙ୍କ ପ୍ରତିନିଧି ଦେବପ୍ରସାଦ ସାମନ୍ତରାୟ,ସୁବାଷ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ବିଶେଷକରି ପୁରୀ ଜିଲ୍ଲା ବିଜେଡି ସଭାପତି ତଥା ସତ୍ୟବାଦୀ  ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ ବିଜୁବାବୁଙ୍କ କଥା କହିଲେ ଏକ ଇତିହାସ ହେବ । ସେହି ପ୍ରବାଦପୁରୁଷ ଓଡ଼ିଶା ପାଇଁ ଦେଖିଥିବା ସ୍ୱପ୍ନ ତାଙ୍କ ସୁପୁତ୍ର ତଥା ବିଜେଡି ନେତା ସୁପ୍ରିମୋ ନବୀନ ପଟ୍ଟନାୟକ ଯାହା କରିଛନ୍ତି ତାହା କୈ।ଣସି ସରକାର କରିପାରିବେ ନାହିଁ ବୋଲି କହିଛନ୍ତି। ଏ ସରକାର ଏକମାତ୍ର ରଙ୍ଗ ବଦଳାଇବା ସରକାର। ଲୋକ ମାନେ ଏ ସରକାରବା ଡବଲ ଇଞ୍ଜିନ ସରକାରକୁ ସରକାର ଦାୟିତ୍ୱ ଦେଇ କଣ ପାଇଛନ୍ତି ଏବେ ଅନୁଭବ କରୁଛନ୍ତି ବୋଲି ବକ୍ତବ୍ୟ ରଖିଥିଲେ। ବିଜୁ ବାବୁଙ୍କ ଜୟନ୍ତୀରେ ଶତାଧିକ ବିଜେଡି କର୍ମୀ ଯୋଗଦେଇଥିଲେ। ବିଜେଡି କର୍ମୀ ଦୁର୍ଗୋଶ ମିଶ୍ର ଧନ୍ୟବାଦ ଦେଇଥିଲେ। ସେହିପରି ବିଦ୍ୟାଧରପୁର ପଞ୍ଚାୟତ କାର୍ଯ୍ୟାଳୟରେ ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ପାଳିତ ହେବା ସହ ବିଭିନ୍ନ ପଞ୍ଚାୟତରେ ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୩/୨୦୨୬----୭,୧୦ Sakhigopal News,5/3/2026

ads

Blog Archive

Popular Posts