ads

Breaking News

ଟ୍ରକ ଦୁର୍ଘଟଣା ରେ ଗୋଟିଏ ପରିବାରର ଚାରି ସଦସ୍ୟ ଗୁରୁତର


 କନ୍ଧମାଳ -- ଟ୍ରକ ଦୁର୍ଘଟଣା ରେ ଗୋଟିଏ ପରିବାର ର ଚାରି ଜଣ ଗୁରୁତର ଆହତ ହୋଇଛନ୍ତି l ବାଲିଗୁଡା ଥାନା ମହାସିଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଦୁର୍ଘଟଣା ଘଟିଛି l ସୂଚନା ଅନୁଯାୟୀ ଆଡିମାହା ପଞ୍ଚାୟତ ର ବାଡ଼ିପାଙ୍ଗା ଗାଁ ର ଗୋଟିଏ ପରିବାର ର ଦୁଇ ଭାଇ, ଭଉଣୀ ଓ ପିଉସୀ ଙ୍କ ସମେତ ଚାରି ଜଣ ଲେବର କାମ କରିବାକୁ ବାଇକ ରେ ମହାସିଙ୍ଗ ଗାଁ କୁ ଆସୁଥିଲେ l ତେବେ ସବ ରୋଡ଼ ରୁ ଏନଏଚ ୫୯ ମୁଖ୍ୟ ରାସ୍ତା ପାର୍ଶ୍ୱ କୁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ଧକ୍କା ଦେଇଥିଲା l ଦୂରରୁ ଟ୍ରକ ଡ୍ରାଇଭର ବାଇକ କୁ ରକ୍ଷା କରିବା ପାଇଁ ହଟାତ ବ୍ରେକ ମାରି କୋଡିଏ ଫୁଟ ପାଖାପାଖି ଘୋଷାଡ଼ି ହୋଇଥିଲେ ମଧ୍ୟ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି l ତେବେ ଚାରି ଜଣ ପରିବାର ସଦସ୍ୟ ଙ୍କ ଅବସ୍ଥା ଗୁରୁତର ଥିବା ରୁ ବାଲିଗୁଡା ମେଡିକାଲ ରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି l ଟ୍ରକ ଓ ଡ୍ରାଇଭର କୁ ବାଲିଗୁଡା ଥାନା ରେ ଅଟକ ରଖିବା ସହ ପୋଲିସ ଅଧିକ ତଦନ୍ତ ଜାରି ରଖିଛି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୨୪/୨/୨୦୨୬---୮,୪୫ Sakhigopal News,24/2/2026

ads

Blog Archive

Popular Posts