ads

Breaking News

ବିଶିଷ୍ଟ ନଡ଼ିଆ ବ୍ୟବସାୟୀଙ୍କ ଦେହାନ୍ତ; ଚକ୍ଷୁଦାନ କଲେ ପରିବାର



ସାକ୍ଷୀଗୋପାଳ --- ସତ୍ୟବାଦୀ ବ୍ଲକ ପେଣ୍ଠପଡ଼ା ପଞ୍ଚାୟତ ହରିଶରଣପୁର ଗ୍ରାମର ପ୍ରତିଷ୍ଠିତ ନଡ଼ିଆ ବ୍ୟବସାୟୀ ଗଜେନ୍ଦ୍ର ମହାପାତ୍ରଙ୍କର ମଙ୍ଗଳବାର ସକାଳରେ ନିଜସ୍ୱ ବାସଭବନରେ ଦେହାନ୍ତ ହୋଇଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷା ବୟସ ହୋଇଥିଲା। ତାଙ୍କ ପରିବାର ତାଙ୍କର ଚକ୍ଷୁଦାନ କରିଛନ୍ତି। ସୂଚନାଯୋଗ୍ୟ, ଗଜେନ୍ଦ୍ର ହେଉଛନ୍ତି ହରିଶରଣପୁର ଗ୍ରାମର ପ୍ରଥମ ବ୍ୟକ୍ତି, ଯାହାଙ୍କ ଚକ୍ଷୁଦାନ କରାଯାଇଛି।ଦୀର୍ଘଦିନ ଧରି କ୍ୟାନ୍ସରରେ ପୀଡିତ ହୋଇ ସେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପୁଅ, ବୋହୂ, ଝିଅ, ସ୍ତ୍ରୀ, ଭାଇ, ଭଉଣୀଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଛନ୍ତି। ପୁରୀ ସ୍ବର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଏକମାତ୍ର ପୁଅ ସମ୍ବିତ ମହାପାତ୍ର ମୁଖାଗ୍ନି ଦେଇଥିଲେ। ସାକ୍ଷୀଗୋପାଳ ନଡ଼ିଆକୁ ଦେଶର କୋଣ ଅନୁକୋଣରେ ପହଞ୍ଚେଇବାରେ ତାଙ୍କର ଉଦ୍ୟମ ବେଶ ଉଲ୍ଲେଖନୀୟ। ସେ କେବଳ ଜଣେ ସଫଳ ବ୍ୟବସାୟୀ ନ ଥିଲେ ବିଭିନ୍ନ ସାମାଜିକ ସଂଗଠନ ସହିତ ଯୋଡି ହୋଇ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ସେ ଅଗ୍ରଣୀ ଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୪/୨/୨୦୨୬---୮,୨୫ Sakhigopal News,24/2/2026

ads

Blog Archive

Popular Posts