ସମ୍ଭାବନା ପରିବାର ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା
ଜଟଣୀ :-ଜଟଣୀ ସହରର ଅନ୍ୟତମ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ "ସମ୍ଭାବନା ପରିବାର" ପକ୍ଷରୁ ସହରରେ ଆୟୋଜିତ ତୃତୀୟ ପଥ ଉତ୍ସବ କାର୍ଯ୍ୟକ୍ରମ ପାଳନ ଅବସରରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ସଚେତନତା ଉପରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ମୁଖ୍ଯ ରାସ୍ତାରେ ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ପ୍ରଚାର ପୂର୍ବକ ଏକ ପଦଯାତ୍ରା ମୁଖ୍ୟ ରାସ୍ତାରେ ପରିକ୍ରମା କରିଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ସାଜିଥିଲା ପ୍ରଭୁ ମହାଦେବ ଏବଂ ଯମ ମହାରାଜାଙ୍କ ଭଳି ବେଶ ଧାରଣ କରିଥିବା କଳାକାର ଯିଏକି କର୍ମକର୍ତ୍ତା ମାନଙ୍କ ସହିତ ମିଶି ଲିଫଲେଟ୍, ଚକୋଲେଟ୍ ଏବଂ ଗୋଲାପ ଫୁଲ ବଣ୍ଟନ କରି ସଡ଼କ ସୁରକ୍ଷା ସଚେତନତା ସୃଷ୍ଟି ଉଦ୍ଧେଶ୍ୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ l ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ବିଶ୍ୱରଂଜନ ବଡ଼ଜେନା,ପଥ ଉତ୍ସବର ମୂଖ୍ୟ ଆବାହକ ଡଃ ରୁଷି ପଟ୍ଟନାୟକ,ଯୁଗ୍ମ ଆବାହକ ଡଃ ଉମାକାନ୍ତ ପଟ୍ଟନାୟକ, କାଉନସିଲର ବିଷ୍ଣୁକୁମାର ସାହୁ, ଡ଼ ସନ୍ତୋଷ କୁମାର ଜେନା, ବ୍ୟବସାୟୀ ମହାସଂଘ ସଭାପତି ସୁଦର୍ଶନ ସୁନ୍ଦରାୟ, ସାଂସଦଙ୍କ ପ୍ରତିନିଧି ସତୀଶ ଶର୍ମା ପ୍ରମୁଖ ଉପସ୍ଥିତ ରହି ସଡ଼କ ଦୁର୍ଘଟଣାର ଭୟାବହତା ସଂପର୍କରେ ଉପସ୍ଥିତ ଜନସାଧାରଣ ଓ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ ସମ୍ୟକ ଧାରଣା ଦେଇଥିଲେ । ସେହିପରି ପରିବେଶ ପ୍ରଦୂଷଣ ରୋକିବା ଦିଗରେ ସମସ୍ତଙ୍କୁ ଏବେଠାରୁ ସଚେତନ ହେବା ପାଇଁ ମତ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ପରାମର୍ଶଦାତା ସଭାପତି ଅମିନ ରାଉତ , ସମ୍ପାଦକ ଦେବପ୍ରସାଦ ଦାଶ, ସଂଗଠନ ସମ୍ପାଦକ ସଞ୍ଜୟ ବରିସଲ ଓ ଶରତ କୁମାର ରେଡ୍ଡୀ,କୋଷାଧ୍ଯକ୍ଷ ରମାକାନ୍ତ ମହାରଣା, ନିରୂପମା ସ୍ଵାଇଁ, ଶାନ୍ତକାନ୍ତ ବିଶ୍ୱାଳ, ସୁକାନ୍ତ କୁମାର ଆଚାର୍ଯ୍ୟଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୫/୨/୨୦୨୬--୮,୫୦ Sakhigopal News,15/2/2026
