ସତ୍ୟବାଦୀ ବ୍ଲକର ଶୁକଳ ପଞ୍ଚାୟତରେ ପୁରୁଣା ରାସ୍ତା, ନୁଆ ଫଳକ ଲଗାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ପାଇଁ ମସୁଧା
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଶୁକଳ ପଞ୍ଚାୟତ ରେ ପୁରୁଣା ରାସ୍ତା ଉପରେ ନୂତନ ଫଳକ ତିଆରି କରି ଲକ୍ଷାଧିକ ଟଙ୍କା ହଡ଼ପ କରିବା ପାଇଁ ମସୁଧା ହୋଉଥିଲା ଅଭିଯୋଗ ହୋଇଛି। ସୁଚନା ଅନୁସାରେ ଶୁକ୍ଳଳପଡା ଗ୍ରାମେଶ୍ବର ମଣ୍ଡପ ଠାରୁ ଡେଲାଙ୍ଗ ପିଡ୍ଯୁଡି ରାସ୍ତା ପର୍ଯ୍ୟନ୍ତ ସିସି ରାସ୍ତା। ୨୦୨୫---୨୦୨୬ ବର୍ଷର ବୋଲି ଫଳକରେ ଉଲ୍ଲେଖ ରହିଛି। ଏହି ରାସ୍ତା ନିର୍ମାଣ ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ।
ସେହିପରି ଶୁକଳପଡା ଅଙ୍ଗନବାଡି କେନ୍ଦ୍ର ଠାରୁ ନୂଆଚତରା ପର୍ଯ୍ୟନ୍ତ ୩,୫୦ହଜାର ଟଙ୍କା ଖର୍ଚ୍ଚ କରିବାକୁ ରହିଛି ବୋଲି ଫଳକରେ ଉଲ୍ଲେଖ ରହିଛି। ମାତ୍ର ଏ ସମ୍ପର୍କରେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଙ୍କୁ ପଚାରିବାରୁ ସେ କହନ୍ତି ଉକ୍ତ ପଞ୍ଚାୟତରେ ୨୦୨୫---୨୬ ଆର୍ଥିକ ବର୍ଷରେ ସେପରି କୌଣସି ପ୍ରକଳ୍ପ ଥିଲା ଭଳି ମନେ ହେଉନାହିଁ। ଏହି ଅଭିଯୋଗ ଆସିଛି ତଦନ୍ତ କରାଯିବ। ଏ ସମ୍ପର୍କରେ ସତ୍ୟବାଦୀ ବିଧାୟକ ଓ ବିଡିଓ ଙ୍କୁ ଜଣାଇବା ପରେ ସେମାନେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ଦେଖିବା ପରେ ଯାହା କିଛି କରାଯିବ ବୋଲି ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା କହିଛନ୍ତି। ସ୍ଥାନୀୟ ପଞ୍ଚାୟତ ଅଧିବାସୀ ମାନେ ଅପେକ୍ଷା କରିଛନ୍ତି ଫଲ୍ସ ବିଲ କରି ଲକ୍ଷାଧିକ ଟଙ୍କା ଉଠାଇ ନିଆଯାଉଛି ନା ତାକୁ ରୋକାଯାଇ ପାରୁଛି ତାହା ଦେଖିବା ପାଇଁ ଅପେକ୍ଷା । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୨/୨/୨୦୨୬----୫,୧୦ Sakhigopal News,22/2/2026
