ନାଳ ରୁ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର :-
କନ୍ଧମାଳ ---ବାଲିଗୁଡା ଥାନା ଋତୁଙ୍ଗିଆ ପଞ୍ଚାୟତ ର କଟ୍ରିକିଆ ଗାଁ ନିକଟରେ ଥିବା ନାଳ ରୁ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର ହୋଇଛି l ଭାସମାନ ଅବସ୍ଥାରେ ନାଳରୁ ମୃତ ଦେହ ବାଲିଗୁଡା ପୋଲିସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି l ତେବେ ମୃତକ ବାଲିଗୁଡା ଦଣ୍ଡପଦର ର ଖଲିଆ ନାୟକ ହୋଇଥିବା ସୂଚନା ମିଳିଛି l ତେବେ ବୃଦ୍ଧ ଜଣକ ଗାଧେଇବାକୁ ଯାଇଥିବା ସମୟରେ ହଟାତ ନାଳ ନିକଟରେ ପଡିଯାଇଥିଲେ l ତେବେ ସ୍ଥାନୀୟ ବାସିନ୍ଦା ଭାସମାନ ଅବସ୍ଥା ରେ ମୃତ ଦେହ ଦେଖି ପୋଲିସ କୁ ଖବର ଦେଇଥିଲେ l ବାଲିଗୁଡା ଥାନା ଅଧିକାରୀ ଶିବରଞ୍ଜନ ସିଂଘା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୨୭/୨/୨୦୨୬---୪,୨୫ Sakhigopal News,27/2/2026
