ads

Breaking News

ଜଙ୍ଗଲରୁ ଦୁଇ କ୍ବିଣ୍ଟାଲ୍ ୧୦ କେଜି ଗଞ୍ଜେଇ ଜବତପୋଲିସକୁ ଦେଖି ଘଟଣାସ୍ଥଳରୁ ବେପାରୀ ଚମ୍ପଟ

ବାଲିଗୁଡ଼ା----: କନ୍ଧମାଳ ଜିଲ୍ଲା କ.ନୁଆଗାଁ ପୋଲିସକୁ ମିଳିଛି ଏକ  ବଡ଼ ସଫଳତା । ବିପୁଳ ପରିମାଣର ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ପାଇଁ ସଜବାଜ ବେଳେ ମାଡିବସିଲା ପୋଲିସ।  କନ୍ଧମାଳ ଏସପିଙ୍କ ନିର୍ଦେଶକ୍ରମେ ନିଶାମୁକ୍ତ କନ୍ଧମାଳ କରିବା ପାଇଁ ସାରା ଜିଲ୍ଲାରେ ଚାଲିଛି ସ୍ପେସାଲ୍ ଡ୍ରାଇଭ୍ । ଏଭଳି ସମୟରେ କ.ନୁଆଗାଁ ଥାନା ଅନ୍ତର୍ଗତ ରାଇକିଆ-ସାରଙ୍ଗଡ଼ ଛକ ନିକଟସ୍ଥ କୁରୁଙ୍ଗୁଲି ଘାଟି ଜଙ୍ଗଲରେ ଚୋରା ଚାଲାଣ ପାଇଁ ବିପୁଳ ପରିମାଣର ବେଆଇନ୍ ଗଞ୍ଜେଇ ଗଚ୍ଛିତ ଥିବା ବିଶ୍ବସ୍ତ ସୂତ୍ରରୁ ଖବରପାଇ ଚଢ଼ାଉ କରିଥିଲା କ.ନୁଆଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ଆସୁତୋଷ ଜେନାଙ୍କ ସ୍ବତନ୍ତ୍ର ଟିମ୍ । ଚଢ଼ାଉ ବେଳେ ପୋଲିସକୁ ଦେଖି ଘଟଣାସ୍ଥଳରୁ ମାଫିଆ ଚମ୍ପଟ ମାରିଥିବା ବେଳେ ଜଙ୍ଗଲରୁ ୧୩୪ ଟି ଜରି ବସ୍ତାରେ ଥିବା ଦୁଇ କ୍ବିଣ୍ଟାଲ୍ ୧୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି । ଏନେଇ କ.ନୁଆଗାଁ ଥାନା କେସର ନଂ-୪୧/୨୦୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୨୮/୨/୨୦୨୬----୪,୧୦ Sakhigopal News,28/2/2026

ads

Blog Archive

Popular Posts