ads

Breaking News

ଦଶମ ସତ୍ୟବାଦୀ ମହୋତ୍ସବ ର ତୁତୀୟ ସଂଧ୍ୟାକୁ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା , ଶିତୁଆ ରାତିରେ ମନଭରି ଉପଭୋଗ କଲେ ରୁକୁସୁନା ଓସୋହିଲି ଙ୍କ ସଂଗିତରେ

ସାକ୍ଷୀଗୋପାଳ ---- ଦଶମ ସତ୍ଯବାଦୀ ମହୋତ୍ସବ କୁ ରାଜ୍ୟ ର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ  ତୁତୀୟ ସଂଧ୍ୟାକୁ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ପୁରୀ ସାଂସଦ ଡଃ,ସମ୍ବିତ କୁମାର ପାତ୍ର, ସମାଜସେବୀ ନିଶିକାନ୍ତ ମିଶ୍ର ଙ୍କ ସହିତ ସତ୍ୟବାଦୀ ମହୋତ୍ସବର ସଭାପତି ତଥା ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଅନୁଷ୍ଠିତ ସଭାରେ ମହୋତ୍ସବର ସଭାପତି ତଥା ବିଧାୟକ ଶ୍ରୀ ମିଶ୍ର ସଭାପତି କରିଥିଲେ। ଅତିଥି ମାନଙ୍କୁ ମହୋତ୍ସବର ସମ୍ପାଦକ ଦୀପକ ଶତପଥୀ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ମହୋତ୍ସବ ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କ୍ଷୀରୋଦ ପ୍ରଧାନ ଙ୍କ ନେତୃତ୍ୱରେ ଷ୍ଟାର ଧମକାଇ ନୃତ୍ୟ ପରିବେଷଣ କରିଥିଲେ। ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଶିଳ୍ପିକା କ୍ରିଏଟିଭ ଡ୍ଯାନ୍ସ ତରଫରୁ ନୃତ୍ୟ ପରିବେଷଣ କରିଥିଲେ। ସାକ୍ଷୀଗୋପାଳ ହାନା ତାଇକୁଣ୍ଡର ଛାତ୍ରଛାତ୍ରୀ ମାନେ କଳା ପ୍ରଦର୍ଶିତ କରିଥିଲେ। ଓଡିଶି ନୃତ୍ୟ ପରିବେଷଣ କରିଥିଲେ ସାଇ ସମୃଦ୍ଧି ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ । ପରେ ପରେ ସତ୍ୟବାଦୀ ମହୋତ୍ସବ କମିଟି ପକ୍ଷରୁ ସତ୍ଯବାଦୀ ସ୍ଂଳାପ ପରିବେଷଣ କରିଥିଲେ। ବିଳମ୍ବିତ ରାତିରେ ରୁକୁ ସୁନା ଓ ତାଙ୍କ ଟିମ୍ ଓସୋହିଲି ମିଶ୍ର ଙ୍କ ଟିମ୍ ସଂଗିତ ପରିବେଷଣ କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଶିତୁଆ ରାତିରେ ମନଭରି ଉପଭୋଗ କରିଥିଲେ ଦର୍ଶକମାନେ। କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ପ୍ରେରଣା ପ୍ରତୀକ ସିଂ। ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ବିଡ଼ିଓ ଦେବାଶିଷ ନାୟକ,ଅତିରିକ୍ତ ତହସିଲଦାର ଓମ ପ୍ରକାଶ ପରିଡା, ଏସଡିପିଓ ଦେବାଶିଷ ମିଶ୍ର, ସତ୍ୟବାଦୀ ଥାନା ଅଧିକାରୀ ସୈମ୍ୟରଞ୍ଜନ ମହାଲିକା ଉପସ୍ଥିତ ରହିଥିଲେ । ସତ୍ୟବାଦୀ ର ସାମ୍ବାଦିକ କିଶୋର ମହାପାତ୍ର ଓ ଅଶୋକ ବେହେରା ଙ୍କୁ ସତ୍ୟବାଦୀ ମହୋତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଡ ପ୍ରୀତମ ବାଗ , ଶିକ୍ଷକ ପ୍ରଭାତ ରଥ ଓ ଗୋ ସେବକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। 
 ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୭/୨/୨୦୨୬----୭,୧୫ Sakhigopal News,72/2026

ads

Blog Archive

Popular Posts