ads

Breaking News

ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ



ଜଟଣୀ :- ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ  ଜଟଣୀ ପୌରପରିଷଦ ପରିସରରେ ୭୦ ଗୋଟି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ,ସମ୍ମାନୀତ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ଖୋର୍ଦ୍ଧାଜିଲ୍ଲା ବିଜେପି ସଭାପତି ବିଶ୍ୱରଂଜନ ବଡ଼ଜେନା, ଡ଼ ଉମାକାନ୍ତ ପଟ୍ଟନାୟକ,ନଗରପାଳ ଅନନ୍ତ ବେହେରା, ଉପାଧ୍ୟକ୍ଷା ଆରତୀ ରାଉତ ଏବଂ ସାଂସଦଙ୍କ ପ୍ରତିନିଧି ସତୀଶ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ  l ଅନ୍ୟ ମାନଙ୍କ ମଧ୍ୟରେ ପୌର ନିର୍ବାହୀ ଅଧିକାରିଣୀ ଆକ୍ରିତି ଗୋଏଙ୍କା, ପୌର ଯନ୍ତ୍ରୀ ଅନୁରାଧା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ଜଟଣୀ ସହର ବିକାଶ ପାଇଁ ଏହି ଯୋଜନାରେ ବିଭିନ୍ନ ୱାର୍ଡ଼ ରେ ୭୦ ଗୋଟି ପ୍ରକଳ୍ପ ପାଇଁ ୯୦୬,୮ ଲକ୍ଷ ଟଙ୍କା ଅଟକଳ କରାଯାଇଥିବା ସୂଚନା ଦିଆଯାଇଥିଲା l ଯେପରିକି ଟାଉନହଲ ଉର୍ନତିକରଣ, ଜଳାଶ୍ରୟ ଓ ପୁଷ୍କରିଣୀ ଉର୍ନତିକରଣ, ଗୋଷ୍ଠୀ କେନ୍ଦ୍ର, ଖୋଲାସ୍ଥାନ ଉର୍ନତିକରଣ, ବୈଦ୍ୟୁତିକ ଯାନ ଚାର୍ଜିଙ୍ଗ କେନ୍ଦ୍ର, ପଶୁ କଲ୍ୟାଣ, ଶ୍ମାଶାନ ଉର୍ନତିକରଣ, ମିନି ପାର୍କ, ପାଠାଗାର ଉର୍ନତିକରଣ ଆଦି ରହିଥିବା ଜଣାଯାଇଛି l ଏହି କାର୍ଯ୍ୟକ୍ରମକୁ ଯନ୍ତ୍ରୀ ନିହାରରଞ୍ଜନ ସାହୁ,ଅଟଳ ଧର୍ମରାଜ, ସତ୍ୟବ୍ରତ ତ୍ରିପାଠୀ, ଜ୍ୟୋତିରଞ୍ଜନ ରାଉତରାୟ,ସିଓ ମନସ୍ବିନୀ ମହାରଣା, ସୁଜ୍ଞାନୀ ପାଢ଼ୀଙ୍କ ସମେତ ସମସ୍ତ କର୍ମଚାରୀ ମାନେ ପରିଚାଳନା କରିଥିଲେ l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୨/୨୦୨୬---୮,୧୫ Sakhigopal News,12/2/2026

ads

Blog Archive

Popular Posts