ads

Breaking News

୪୮ ତମ ଓଡିଶା ଉଦ୍ଭିଦ ବିଜ୍ଞାନୀ ସମ୍ମିଳନୀ ଅନୁଷ୍ଠିତ


ଜଟଣୀ :--ଦୁଇଦିନିଆ ୪୮ତମ ଓଡିଶା ଉଦ୍ଭିଦ ବିଜ୍ଞାନ ସମ୍ମିଳନୀ ତଥା ଔଷଧୀୟ ଉଦ୍ଭିଦ ସମ୍ବଳ ଏବଂ ନବୀକରଣ ଅପ୍ରଗତି -୨୦୨୬,ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଦେଶ ଓ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୪୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ, ଗବେଷଣା ରତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ବୈଜ୍ଞାନିକ ମାନେ ଉପସ୍ଥିତ ହୋଇ ନିଜର ଗବେଷଣାତ୍ମକ ବିଷୟବସ୍ତୁ ଉପରେ ଉପସ୍ଥାପନା କରିଥିଲେ। ମୁଖ୍ୟଅତିଥି ଭାବରେ ପ୍ରଫେସର (ବୈଦ୍ୟ) ରବିନାରାୟଣ ଆଚାର୍ଯ୍ୟ ଡାଇରେକ୍ଟର ସି. ସି.ଆର.ଏ.ଏସ ଯୋଗ ଦେଇ ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ଆୟୁର୍ବେଦ ଓ ଉଦ୍ଭିଦ ବିଜ୍ଞାନର ଉପଯୋଗ ବିଷୟରେ ଆଲୋକପାତ କରିଥିଲେ। ଓଡିଶା ବୋଟାନିକାଲ ସୋସାଇଟିର ଅଧକ୍ଷ ପ୍ରଫେସର ଡ଼ଃ କୁଞ୍ଜବିହାରୀ ଶତପଥି ଉଦ୍ଭିଦର ଔଷଧୀୟ ଗୁଣବତ୍ତା ଉପରେ ଆଲୋକପାତ କରିଥିଲେ। ସମାଜ ଵିଧି ସଚିବ ଡ଼ଃ ସୁଜାତା ମହାନ୍ତି ବିଭିନ୍ନ ପ୍ରକାର ପୁରସ୍କାର ଉପରେ ଆଲୋକପାତ କରିଥିଲେ। ଏହି ଉତ୍ସବରେ ବରିଷ୍ଠ ପ୍ରଫେସର ରାମଚନ୍ଦ୍ର ମହାନ୍ତି,ଡ଼ଃ ପ୍ରଦୀପ୍ କୁମାର ଚାନ୍ଦ, ଡ଼ଃ ବିଭୁତି ଭୂଷଣ ମିଶ୍ର, ଡ଼ଃ ପାର୍ଥ ପ୍ରତିମ ବରୁଆ, ଡ଼ଃ ସାଗର କୁମାର ମିଶ୍ର, ଡ଼ଃ ପ୍ରଦୀପ କୁମାର ନାୟକ, ଡ଼ଃ ଏ.ବି ଦାସ, ଡ଼ଃ ଶଙ୍କର ନାରାୟଣ ସିନ୍ହା, ଡ଼ଃ ଗାଥା ମହାନ୍ତି, ଡ଼ଃ ଗୋପାଲ କ୍ରିଷ୍ଣା ସେମାନଙ୍କର ଗବେଷଣାରତ ବିଷୟ ଉପରେ ଆଲୋକପାତ କରିଥିଲେ। ସମାପନ ସମାରୋହରେ ବିଶ୍ୱବିଦ୍ୟାଳୟର ଅଧକ୍ଷ ପ୍ରଫେସର ମୁକ୍ତିକାନ୍ତ ମିଶ୍ର ଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ ଉଦବୋଧନ ଦେଇଥିଲେ।ଏହି ସମ୍ମିଳନୀର ସାରାଂଶ ପୁସ୍ତକରେ ମୋଟ ୧୮୭ଟି ସାରାଂଶ ପ୍ରକାଶିତ ହୋଇଥିଲା। ଚାରିଟି ଅଲଗା ଅଲଗା ବର୍ଗରେ ପ୍ରତିଯୋଗିତା କରାଯାଇ ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିଲା।ସଂଯୋଜିକା ଡ଼ଃ ରୁକ୍ମିଣୀ ମିଶ୍ର, ସହ ସଂଯୋଜିକା ପ୍ରଫେସର ସାଗରିକା ପରିଡା, ଆୟୋଜକ ସଚିବ ଡ଼ଃ ଜ୍ଞାନରଞ୍ଜନ ମହାଲିକ ସେମାନଙ୍କର ବକ୍ତବ୍ୟ ଉପସ୍ଥାପନା କରିଥିଲେ।ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଗବେଷଣରତ ଛାତ୍ରଛାତ୍ରୀ ଓ ଛାତ୍ରଛାତ୍ରୀ ମାନେ ସମିଳନୀକୁ ସୁଚାରୁ ରୂପେ ପରିଚାଳିତ କରିଥିଲେ। ପରିଶେଷରେ ଡ଼ଃ ସୁଜାତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୪/୨/୨୦୨୬---୯,୧୦ Sakhigopal News,4/1/2026

ads

Blog Archive

Popular Posts