ads

Breaking News

ବିଜୁଜୟନ୍ତୀ ରେ ବିଜେଡି ଜିଲ୍ଲା ଉପସଭାପତିଙ୍କ ଦଳୀୟ କର୍ମୀ ଙ୍କୁ ବାର୍ତ୍ତା :-ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ପ୍ରତିଶୃତିବଦ୍ଧ :-


 ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ମହାସିଙ୍ଗ ଠାରେ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧0  ତମ ଜନ୍ମ ଜୟନ୍ତୀ ମହା ଆଡମ୍ବର ସହ ପାଳିତ ହୋଇଅଛି l ବିଜୁ ଜୟନ୍ତୀ ଅବସରରେ ଜିଲ୍ଲା ବିଜେଡି ଉପସଭାପତି ଟୁନା ଦାସ ଙ୍କ ନେତୃତ୍ୱ ରେ ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ଚାରି ଗୋଟି ବ୍ଲକ ର ବିଜେଡି ନେତା ଓ କର୍ମୀ  ଯୋଗ ଦେଇଥିଲେ l ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଫୋଟୋ ଚିତ୍ର ରେ ପ୍ରଦୀପ ପ୍ରଜ୍ବଳନ କରିବା ସହ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ବିଜେଡି କର୍ମୀ l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧକ୍ଷ୍ୟା ନନ୍ଦିନୀ ମଳିକ, ପୂର୍ବତନ ବିଧାୟକ ରାଜୀବ ପାତ୍ର,ବରିଷ୍ଠ ବିଜେଡି ନେତା ପ୍ରମୋଦ ସାହୁ, ବାଲିଗୁଡା ନଗର ବିଜେଡି ସଭାପତି ଏମଡି ସାବେଜ ଉଦିନ, ବାଲିଗୁଡା ବ୍ଲକ ବିଜେଡି ସଭାପତି ଅବନୀକାନ୍ତ ନାୟକ ପ୍ରମୁଖ ଯୋଗ ଦେଇଥିଲେ l ବିଜୁ ଜୟନ୍ତୀ ଅବସରରେ ବିଜେଡି ର ସଙ୍ଘଠନ କୁ ଅଧିକ ମଜବୁତ କରିବା ସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ହାତ ମୁଠା କୁ ଟାଣ କରିବାକୁ ଶପଥ ପାଠ କରିଥିଲେ ବିଜେଡି କର୍ମୀ l ତେବେ ବିଜୁ ଜୟନ୍ତୀ ଅବସରରେ ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ବିଜେଡି କର୍ମୀ ଓ ପ୍ରତ୍ୟେକ ଜନସାଧାରଣ ଙ୍କ ପାଇଁ ବାର୍ତ୍ତା ପ୍ରଦାନ କରିଛନ୍ତି ବିଜେଡି ଜିଲ୍ଲା ଉପସଭାପତି ଟୁନା ଦାସ l ବିଜେପି ସରକାର ର କୋଡିଏ ମାସ ମଧ୍ୟରେ ବି କୌଣସି ପ୍ରତିଶୃତି ପାଳନ କରିନାହିଁ ବିଜେପି l ବରଂ ବିଜେପି ସରକାର ରେ ନାରୀ ନିର୍ଯାତନା, ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ସହ ଚାଷୀ ଆଜି ହତାଶ ହୋଇଥିବା ସହ ନାରୀ ଅସୁରକ୍ଷିତ ରହିଥିବା କହିଛନ୍ତି ବିଜେଡି ଜିଲ୍ଲା ଉପସଭାପତି ଟୁନା ଦାସ l ତେଣୁ ବାଲିଗୁଡା ନିର୍ବାଚନ ମଣ୍ଡଳୀ ରେ ଜବର ଦଖଲ ଉଛେଦ,ଚାଷୀ ଙ୍କ ସମସ୍ୟା ପରି ଅନେକ ସମସ୍ୟା ନେଇ ଜନସାଧାରଣ ଙ୍କ ପାଇଁ ବିଜେଡି ଲଢେଇ କରିବ l ଆବଶ୍ୟକ ପଡିଲେ ଲୋକଙ୍କ ନ୍ୟାର୍ଯ୍ୟ ଦାବି ସହ ହକ ପାଇଁ ରାଜ ରାସ୍ତା କୁ ବି ଓଲ୍ହାଇବ ବୋଲି ଆହ୍ୱାନ ଦେଇଛନ୍ତି ବିଜେଡି ଜିଲ୍ଲା ଉପସଭାପତି ଟୁନା ଦାସ l ବିଜୁ ଜୟନ୍ତୀ ପାଳନ ଅବସରରେ ସମୃଦ୍ଧି ଓଡିଶା ଗଠନ ନିମନ୍ତେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ହାତ ମୁଠା କୁ ଟାଣ କରିବା ସହ ସଙ୍ଘଠନ କୁ ସୁଦୃଢ କରିବା ପାଇଁ ସଂକଳ୍ପ ନେଇଛନ୍ତି ବିଜେଡି କର୍ମୀ l କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୫/୩/୨୦୨୬--୯,୧୦ Sakhigopal News,5/3/2026

ads

Blog Archive

Popular Posts