ads

Breaking News

ସୁଆଣ୍ଡୋ ରେ ବିଜୁବାବୁଙ୍କ ୧୧୦ତମ ଜନ୍ମଜୟନ୍ତୀ ପାଳନ ସହିତ ମହିଳା ଗୋଷ୍ଠୀଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟ


 ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବିଦ୍ୟାଧରପୁର ପଞ୍ଚାୟତ ର ସୁଆଣ୍ଡୋ ଗ୍ରାମ ସ୍ଥିତ ପଞ୍ଚସଖା ପୀଠ ନିକଟରେ ଭୁବନେଶ୍ୱର ସ୍ଥିତ ସାକ୍ଷୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବିଜୁବାବୁଙ୍କ ୧୧୦ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ତାଙ୍କ ବକ୍ତବ୍ୟ ରେ କହିଥିଲେ ମାକୁ ସନମ୍ମାନ, ଗ୍ରାମ କୁ କାମ ବିଜୁ ବାବୁଙ୍କ ସ୍ବପ୍ନ ଦେଖିଥିଲେ। ପଞ୍ଚାୟତ ସ୍ତରୀୟ ନିର୍ବାଚନ ରେ ଅଗ୍ରାଧିକାର ଦେଇଥିଲେ ବିଜୁବାବୁ। ଏହି ମାଟି ହେଉଛି ଏକ ପୁଣ୍ୟମୟ ମାଟି । ଏହି ମାଟିରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଦାସଙ୍କ ଜନ୍ମ ମାଟି। ଏହି ମାଟି ଆମ ଓଡ଼ିଆ ଭାଷା, ସହିତ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସେ ଆଗେଇ ବା ସହ ପ୍ରଥମ ପଦକ୍ଷେପ ନେଇଥିଲେ ବୋଲି ଅଧ୍ୟକ୍ଷ ଶ୍ରୀ ପଣ୍ଡା ମତ ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ ସାମ୍ବାଦିକ ଧୀରେନ୍ଦ୍ର ସେନାପତି,ଦୁଗଲ ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ପ୍ରକାଶ ଖଟୋଇ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ବିଦ୍ୟାଧରପୁର ପଞ୍ଚାୟତ ର ସରପଞ୍ଚ ଦୁଃଶାସନ ପ୍ରଧାନ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। ସାକ୍ଷୀ ଅନୁଷ୍ଠାନର ସଭାନେତ୍ରୀ ଶ୍ରୀମତୀ ରୂପାମ୍ବରା  
ହିଁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ କଥାକୁ ସହମତି ଦେଇ କିପରି ଗ୍ରାମରେ ବସବାସ କରୁଥିବା ମହିଳା ମାନଙ୍କୁ ସୁରକ୍ଷା, ସ୍ବାବଲମ୍ବୀ କରିବା ପାଇଁ ଚାହୁଁଥିଲେ। ସେହି କଥାକୁ ହାତକୁ ନେଇ ଏବେ ସତ୍ୟବାଦୀ ବ୍ଳକ ର ଆଠ ଗୋଟି ପଞ୍ଚାୟତର ୧୬ ଗୋଟି ଗ୍ରାମ ର ମହିଳା ଗୋଷ୍ଠୀଙ୍କୁ ତାଙ୍କ କାର୍ଯ୍ୟକ୍ରମରେ ସାମିଲ କରିଛନ୍ତି। ଆଗାମୀ ଦିନରେ ସତ୍ୟବାଦୀ ବ୍ଳକ ର ସମସ୍ତ ପଞ୍ଚାୟତର ମହିଳା ମାନଙ୍କୁ ଏଥିରେ ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀମତୀ  ରୂପାମ୍ବରା ସୁଚନା ଦେଇଛନ୍ତି।  ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୩/୨୦୨୬---୨,୧୦ Sakhigopal News,5/3/2026

ads

Blog Archive

Popular Posts