ads

Breaking News

ପୁଲୱାମା ଶହୀଦ ବୀରଙ୍କୁ ଶ୍ରଦ୍ଧାଞ୍ଜଳୀ ଉଦ୍ଦେଶ୍ୟରେଅଷ୍ଟମ ପଡ଼ିଆବାହାଲ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ



ସମ୍ବଲପୁର, ---- : ପୁଲୱାମା ଶହୀଦ ବୀରଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଭଳି ମହତ୍ ଉଦ୍ଦେଶ୍ୟ ରଖି  ଅଷ୍ଟମ ପଡ଼ିଆବାହାଲ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପୋଲିସ ଅଧିକାରୀ ସୁରେନ୍ଦ୍ର ସାହୁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଡ଼. ରାଜାରାମ ଷଡ଼ଙ୍ଗୀ ଓ ସାମ୍ବାଦିକ ସୁବାସ ଚନ୍ଦ୍ର ନାଥ ଶର୍ମା ଉପସ୍ଥିତ ରହି ପ୍ରଥମେ ଜାତୀୟ ପତାକା ଉତ୍ତୋଳନ ସହିତ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ।  ପରେ ପୁଲୱାମା ଶହୀଦ ବୀରଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ଆନୁଷ୍ଠାନିକ ଭାବେ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ଟୁର୍ଣ୍ଣାମେଣ୍ଟ ଉଦଘାଟନ କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୮ ତାରିଖ ଯାଏଁ ଚାଲିବ ଓ ସମୁଦାୟ ୧୬ ଗୋଟି ଦଳ ଏଥିରେ ଅଂଶଗ୍ରହଣ କରିଥିବା ଜଣାପଡ଼ିଛି।
ଟୁର୍ଣ୍ଣାମେଣ୍ଟକୁ ପଧାନପାଲି କ୍ରିକେଟ କ୍ଲବ୍ ଆୟୋଜନ କରୁଥିବା ବେଳେ ରୂପେଶ ବେସନ, ବିପ୍ଳବ ଭୋସାଗର, ଆଲୋକ ମିଶ୍ର, ସତ୍ୟମ୍ ନାଏକ, ସୂର୍ଯ୍ୟନାରାୟଣ ସାହୁ, ରମଣୀ କୁମ୍ଭାର, ଉମା ବେସନ, ପପୁନ ପାଇକ, ରଞ୍ଜନ ଭୋଇ ଓ ଆକାଶ ମିଶ୍ର ସକ୍ରିୟ ଅଂଶଗ୍ରହଣ କରି ସହଯୋଗ କରୁଅଛନ୍ତି। ସମ୍ବଲପୁର ରୁ ରାଜାରାମ ଷଡ଼ଙ୍ଗୀଙ୍କ ରିପୋର୍ଟ ,୧୬/୨/୨୦୨୬---୪,୨୦ Sakhigopal News,16/2/2026

ads

Blog Archive

Popular Posts