ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ର ଚତୁର୍ଥ ସାଂସ୍କୃତିକ ସନ୍ଧ୍ୟାରେ ; ଆଦିବାସୀ ଲୋକନୃତ୍ୟ ଗୀତ ରେ ମଞ୍ଚ ଦୁଲୁକିଲା -
କନ୍ଧମାଳ ---କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିଗୁଡା ଯାତ୍ରା ପଡିଆ ଠାରେ ଆୟୋଜିତ ଜ଼ିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳାର ଚତୁର୍ଥ ସାଂସ୍କୃତିକ ସନ୍ଧ୍ୟାରେ ପାରମ୍ପରିକ ଆଦିବାସୀ କନ୍ଧମାଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଳାବିକାଶ କେନ୍ଦ୍ର ବାଲିଗୁଡାର ପ୍ରସିଦ୍ଧ ଲୋକ ନୃତ୍ୟ ସଂଗୀତ ରେ ମଞ୍ଚ ଦୁଲୁକିଲା । ଆଦିବାସୀ ନୃତ୍ୟ ସଂଗୀତ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା ଅନୁଷ୍ଠାନ ର ସମ୍ପାଦକ ତଥା ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ଙ୍କ ନେତୃତ୍ୱ ରେ ପଚିଶ ଜଣିଆ କଳାକାର ଦଳ ଅଂଶ ଗ୍ରହଣ କରିଥିଲେ l ମାଷ୍ଟର ଚରଣ ବିନ୍ଧାଣୀ ବାଦୁବାଦୁଲା ରାଧା କୁଞ୍ଜବନିତାନି ସାନା ଗୀତକୁ ସୁ ମଧୁର କଣ୍ଠଦାନ କରିଥିଲେ । ସଙ୍ଗୀତ ବାଦ୍ୟ ର ତାଳେ ତାଳେ ଅନୁଷ୍ଠାନ ର କଳାକାର ମାନେ ଉଚ୍ଚସ୍ତରୀୟ ନୃତ୍ୟ ଅଭିନୟ କରିଥିଲେ । ଯାହାକୁ ନେଇ ଉପସ୍ଥିତ ଦର୍ଶକ ଝୁମିଥିଲେ l ଏହି କାର୍ଯ୍ୟକ୍ରମ ରେନ କଳାକାର ପ୍ରମୋଦ ଦଣ୍ଡସେନା, ପ୍ରସନ୍ନ ବିନ୍ଧାଣୀ,ଖିରୋଦ କୁମାର ଦଣ୍ଡସେନା , ରାଜେଶ ବେହେରା, ଦୀପ୍ତି ଜାନକୀ, ସିମ୍ରନ୍, ଙ୍କ ନିଖୁଣ ନୃତ୍ୟ ଏବଂ ଅଭିନୟ କୁ ଦର୍ଶକ ଉଚ୍ଚପ୍ରଶଂସା କରିଥିଲେ l ସୂଚନା ଯୋଗ୍ୟ ଯେ ଏହି ଅନୁଷ୍ଠାନ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ମଞ୍ଚରେ ନୃତ୍ୟ ପ୍ରଦର୍ଶନ କରି କନ୍ଧମାଳ ଜ଼ିଲ୍ଲା ପାଇଁ ଗର୍ବ ଗୌରବ ଆଣିଥିବାରୁ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶିମାଝୀ ଶୁଭେଛା ଓ ଅଭିନନ୍ଦନ ଜଣାଇ ତାଙ୍କର ଉତ୍ତୋରତର ଉନ୍ନତି କାମନା କରିଛନ୍ତି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୧୩/୨/୨୦୨୬---୧୨,୧୦ Sakhigopal News,13/2/2026
