ଜଟଣୀରେ ଜଳ ଯୋଗାଣ ବିପର୍ଯ୍ୟସ୍ଥ , ଦୁଇ ଦିନ ଜଳ ଯୋଗାଣ ବନ୍ଦ ଜନ ଅସନ୍ତୋଷ ବୃଦ୍ଧି
ଜଟଣୀ :--ସହରରେ ଦିନକୁ ଦିନ ଜଳ ଯୋଗାଣ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ଅତି ଦୁଃଖର ବିଷୟ ହୋଇଛି l ଜନସାଧାରଣଙ୍କ ହିତ କୁ ଆଖି ଆଗରେ ରଖି ସରକାର ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜଳ ଯୋଗାଣ ବ୍ୟବସ୍ଥା ବ୍ୟାପକ କରିବା ସଙ୍ଗେ ସଙ୍ଗେ ପ୍ରତ୍ୟକ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ୨୪×୭ ସମୟ ଜଳ ଯୋଗାଇବା ନିୟମ ଥିବା ବେଳେ ଜଟଣୀ ର ସମସ୍ତ ପୌରାଞ୍ଚଳ ୱାର୍ଡରେ ୱାଟକୋ ତରଫରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି l ସୂଚନା ମୁତାବକ ୱାଟକୋ ତରଫରୁ କେତେବେଳେ କଟକ ମୁଣ୍ଡଳୀ ମୁଖ୍ୟ ପମ୍ପ ଷ୍ଟେସନରେ ବିଦ୍ୟୁତ ସରବରାହ ବନ୍ଦ କେତେବେଳେ ମୁଣ୍ଡଳୀ ଷ୍ଟେସନ ରେ ଟ୍ରାନ୍ସଫର ମର ପୋଡିଯିବା, ମେଣ୍ଢାଶାଳ ଲାଇନ ଖରାପ,ଜଳସ୍ତର ନିମ୍ନଗାମୀ, ପାଇପ ଲାଇନ ମରାମତି, କାଳ ବୈଶାଖୀରେ ତାର ଛିଡ଼ିବା ଯୋଗୁଁ ମରାମତି ଏଭଳି ଅନେକ କାରଣ ଦର୍ଶାଇ ଜଳ ଯୋଗାଣରେ ବ୍ୟାହତ ଯୋଗୁଁ ୱାର୍ଡ ବାସି ନାହିଁ ନଥିବା ପାଣି ମୁନ୍ଦାକ ପାଇଁ ଅସ୍ତବ୍ୟସ୍ତ ହୋଇପଡନ୍ତି l ଯାହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସେଥିରେ ପୁଣି ଗୋଳିଆ ପାଣି ଆସେ l ଯେତେବେଳେ ସ୍ଥାନୀୟ ଦୟାନଦୀରୁ ଜଳ ଯୋଗାଣ ବ୍ୟବସ୍ଥା ଥିଲା ସେତେବେଳେ ଜଳ ଯୋଗାଣରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁନଥିଲା l ଯେବେଠାରୁ ପୂର୍ବ ସରକାର ୨୪×୭ ମୁଣ୍ଡଳୀ ଜଳ ଯୋଗାଣ ବ୍ୟବସ୍ଥା ହାତକୁ ନେଲେ ସେବେଠାରୁ ସାଧାରଣ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେବାର ପରିଲିକ୍ଷିତ ହେଉଛି l ଏହି ସମସ୍ୟାକୁ ନୂତନ ସରକାର ଗୁରୁତ୍ୱର ସହ ବିଚାରକୁ ନେଇ ଏହାର ସ୍ଥାୟୀ ପ୍ରତିକାର ପାଇଁ ସାଧାରଣରେ ଦାବି ହେଉଛି l କିନ୍ତୁ ଅନ୍ୟ ପକ୍ଷରେ ୱାଟକୋ ବିଭାଗର ଉଚ୍ଚ ପଦସ୍ଥ ଅଫିସର ମାନେ ହାତ ଗୁଂଜା ନେଇ ସହର ବଜାରରେ ଥିବା ବାଇକ "ୱାସିଂ ଷ୍ଟେସନ "ମାନଙ୍କୁ ବେନିୟମ ଭାବେ ଜଳ ଯୋଗାଣ ବ୍ୟବସ୍ଥା କରାଇଥାନ୍ତି l ଜଣେ ନୂତନ କନେକ୍ସନ ପାଇଁ ୱାଟକୋ ବିଭାଗରେ ପ୍ରମାଣ ପତ୍ର ସହ ୩୦୦ ଟଙ୍କା ଦାଖଲ କରିବାକୁ ପଡେ ସେଥି ସହ କନେକ୍ସନ କର୍ମଚାରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ମୂଲ୍ୟ ସହ ପାଇପ କ୍ରୟ କରିବା ଏଭଳି ବାବଦକୁ ସର୍ବନିମ୍ନ ୧୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ ବୋଲି ଜଣେ ହିତାଧିକାରୀ କହନ୍ତି l ସହରରେ ଜଳ ଯୋଗାଣ ବ୍ୟବସ୍ଥା କେବେ ସୁଧୁରିବ ତାହା ସାଧାରଣରେ ପ୍ରଶ୍ନ ? । ଅନ୍ୟ ପକ୍ଷରେ ଆଗକୁ ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ ।
