ଚିକିତ୍ସା ପାଇଁ ଯାଇ ଫେରୁ ଥିବାବେଳେ ବୃଦ୍ଧ ନିଖୋଜ
ବାଲିଗୁଡା ----ଛତିଶଗଡ କୁ ଚିକିତ୍ସା ପାଇଁ ଯାଇ ଗାଁ କୁ ଫେରୁଥିବା ସମୟରେ ବୃଦ୍ଧ ନିଖୋଜ ହୋଇଥିବା ଥାନା ରେ ଅଭିଯୋଗ ହୋଇଥିବା ଜଣାପଡିଛି l ନିଖୋଜ ବୃଦ୍ଧ ଜଣକ ହେଲେ ବାଲିଗୁଡା ଥାନା ଦଡକଙ୍ଗିଆ ପଞ୍ଚାୟତ ର ପଲମକା ଗାଁ ର ସାରବି ମଳିକ l ଏ ନେଇ ପରିବାର ଲୋକ ବାଲିଗୁଡା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି l ଫେବୃଆରୀ ୪ ତାରିଖ ଦିନ ବଲାଙ୍ଗୀର ର କିଛି ବ୍ୟକ୍ତି ଙ୍କ ସହ ମିଶି ଚିକିତ୍ସା ପାଇଁ ଛତିଶଗଡ କୁ ଯାଇଥିଲେ ନିଖୋଜ ବ୍ୟକ୍ତି ଜଣକ l ତେବେ ଫେବୃଆରୀ ୧୦ ତାରିଖ ଦିନ ରାୟପୁର ରୁ ମୁନିଗୁଡା କୁ ଟ୍ରେନ ରେ ଆସୁଥିବା ବେଳେ କେଉଁଠି ନିଖୋଜ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି| ଯଦି ସହୃଦୟ ବ୍ୟକ୍ତି ସନ୍ଧାନ ପାଆନ୍ତି ତାହେଲେ ବାଲିଗୁଡା ଥାନା କୁ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି। କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୧୬/୨/୨୦୨୬---୩,୪୫ Sakhigopal News,16/2/2026
